Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରିୟଦର୍ଶିନୀ ମହାନ୍ତି

Fantasy

5.0  

ପ୍ରିୟଦର୍ଶିନୀ ମହାନ୍ତି

Fantasy

ବର୍ଷାର ଦୃଶ୍ୟ

ବର୍ଷାର ଦୃଶ୍ୟ

1 min
114


ମେଘ ସବାରିରେ ବରଷା ଆସଇ

ପବନରେ ଦୋଳି ଖେଳି

ବରଷି ବରଷି ତୃଷା ମେଣ୍ଟାଏ ସେ

ହୋଇଯାଏ ଦେହେ ବୋଳି ।

ବଇଶାଖ ନିଦାଘେ ମାଟି ମା' ଆମ

ଯାଉଥାଏ ଶୁଷ୍କ ହୋଇ

ପ୍ରକୃତି ରାଣୀ ଯେ ହସି ଉଠେ ପୁଣି

ବରଷା ଟିକିଏ ପାଇ ।

ନଦୀ, ନାଳ ସବୁ କଳ କଳ କରି

ବହେ ଆନନ୍ଦ ମନରେ

ପକ୍ଷୀଗଣ ପାଇ ବରଷାର ଛୁଆଁ

ନାଚନ୍ତି ମନ ଖୁସିରେ ।

ପହିଲି ବର୍ଷାର ଜଳବିନ୍ଦୁ ଯେବେ

ମାଟିର ଚରଣ ଛୁଏଁ

ଓଦା ମାଟିର ସେ ମହ ମହ ବାସ୍ନା

ଧରଣୀ ମହକି ଯାଏ ।

ସାରୁ ଗଛ ମୂଳେ ବେଙ୍ଗ ରଡି ଛାଡି

ବେଙ୍ଗୁଲିକୁ ଡାକେ କେତେ

ଦଉଡ଼ି ଆସଇ ବେଙ୍ଗୁଲି ରାଣୀଟି

ମିତ ବାଇବାକୁ ସତେ ।

ମୁଷଳ ଧାରାରେ ବର୍ଷିବାର ଦେଖି

ମୟୂର କରଇ ନୃତ୍ୟ

ପ୍ରକୃତି ରାଣୀ ଯେ ନୃତ୍ୟ ତା'ର ଦେଖି

ହୋଇଯାଏ କୃତ୍ୟ କୃତ୍ୟ ।

କେତେ ମନଲୋଭା ବରଷା ଦୃଶ୍ୟଟି

ଓଳିରୁ ପଡିଲେ ପାଣି

କେତେ ଅସୁମାରୀ ଫୋଟକା ଫୁଟଇ

ଉଭେଇ ଯାଏ ସେ ପୁଣି ।


Rate this content
Log in

Similar oriya poem from Fantasy