ବର୍ଷାଭିଜା କିଛି ସ୍ମୃତି
ବର୍ଷାଭିଜା କିଛି ସ୍ମୃତି
ବରଷାର ଭିଜା ସ୍ମୃତି ମନେ ଉକିଂ ମାରେ
ତୁମେ ସାଥି ଅଛ ଆଜି କାହିଁ କେତେ ଦୂରେ
ଚାନ୍ଦ କୁମୁଦିିିନୀ ପରି ପ୍ରୀତିି ତ ଆମର
ଯେ ଯାହାର ସେ ତାହାର ଥିିିଲେ ଯେତେ ଦୂରେ
ଦୁହେଁ ଭିଜୁଥିିିଲେ ଯେବେ ଅନ୍ଧାର ରୀତ୍ରୀରେ
ତାରା ମାନେ ଲୁଚି ଥିଲେ ବାଦଲ ଭିତରେ
ଝାଉଁ ବଣ ସୁନ ସାନ ଥିଲା ନିରବତା
ଅଶାନ୍ତ ସମୁଦ୍ର କୂଳେ ପିଟୁୁଥିଲା ମଥା
ଚିକି ମିିିକି ନୀଳ ସାଗରେ
କଳ୍ପନାର ସୀମା ହୀନ ନୂୂୂଆ ଦିଗନ୍ତରେ
ଆଜି ନାହିଁ ପାଦ ଚିିହ୍ନ ଲିଭି ଜାଇ ଅଛି
ସ୍ମୃତିିରେ ସ୍ମୃତିରେ ଆଜି ତୁମକୁୁ ଖୋଜୁଛି
ମନା କରିିିଥିଲ ପଛ କଥା ଭାବିବାକୁୁ
ଆଜି କିନ୍ତୁ ମନେ ପଡେ ବେଶି ଭାବିିବାକୁୁ
ଛଳ ଛଳ ନିଃଶବ୍ଦ ଢେଉରେ
ସ୍ମୃତିି ଆଜି ମଥା ପିଟେ ଭଗ୍ନ ହୃଦୟରେ ।

