STORYMIRROR

Lipi Sahoo

Romance

3  

Lipi Sahoo

Romance

ବର୍ଷା

ବର୍ଷା

1 min
55

କାଉଁରି କୁଆଁରୀ ପାଉଁଜିର ନିକ୍ୱଣ ତାଳେ

ଝର୍କା ସେପାରେ ରିମଝିମ୍ ବର୍ଷା

ଅନେକ ବାଞ୍ଛିତ ଓ ଅବାଞ୍ଛିତ ସ୍ମୃତି

ଆଙ୍କି ହୋଇ ଚାଲିଥାଏ ସଫେଦ୍ କାନଭାସ ରେ...


ବଗିଚାରେ ଟିପି ଟିପି ବର୍ଷାଭିଜା  

ନା ନା ରଙ୍ଗ ଫୁଲର ସମ୍ଭାର

ମାଟିର ଗନ୍ଧ ରେ ମତୁଆଲା ପ୍ରଜାପତିର

ସବୁ ପାଖୁଡା କୁ ଛୁଇଁ ଯିବାର ବାଚାଳତା...


ସମୟର ତାଳେ ତାଳେ ଛାତ ଉପରେ 

ପଡୁଥିବା ଗୋଟି ଗୋଟି ବର୍ଷା ଟୋପା

ତା ଭିତରେ ସମାହିତ ହୋଇ ରହିଯାଏ

ଅନେକ ଅକୁହା ଇତିହାସର ପୃଷ୍ଠା......


ନୀରବରେ ସେ ସବୁକୁ ପଢୁଥାଏ

ନଭଶ୍ଚୁମ୍ବି ନିର୍ଲିପ୍ତ ଦେବଦାରୁ 

ଦଲକାଏ ଶୀତଳ ପବନରେ ଝାଡିଝୁଡି ଦିଏ

ମୁକ୍ତା ବିନ୍ଦୁରେ ରେ ପଡିଥିବା ମୋହ ର ପ୍ରତିବିମ୍ବ କୁ......


 ତମାମ ରାତି ମନଭରି ଭିଜେ ମାଟି

କଅଁଳ ସକାଳର ପାଣିଚିଆ ଆଲୁଅରେ 

ସଲଜେ ଚାଲିଥାନ୍ତି ଲାଲ ଟୁକଟୁକ୍ ସାଧବବୋହୂ

ନୈସର୍ଗୀୟ ଏକ ପ୍ରେମର ସନ୍ତକ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance