STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ବରଷା

ବରଷା

1 min
110


ବରଷା ଆସିଛି ଶ୍ରାବଣ ମାସେ

ବଡ଼ ଦେଉଳରେ ଜଗନ୍ନାଥ ହରଷେ

ଦେବାକୁ ଛତା ପତିତପାବନ ଦିଅନ୍ତି କଥା

ସମସ୍ତଙ୍କୁ ଦେବେ ମୁଣ୍ଡକୁ ଛାତ ଓ ଛତା

ନୀଳଚକ୍ର ବାନା ନୁଆଁଇ ମଥା

କହନ୍ତି ପ୍ରଭୁ ମୋ ଭାଗ୍ୟବିଧାତା

ଉଡେଇବି ବାନା ପାଇ ଦାନା କନା

ଚାରିଧାମେ ହେବ ଶ୍ରେଷ୍ଠ ପୁରୀ ସିନା

ଆନନ୍ଦବଜାରେ ସୁଆର ସେବକ ନନା

ମହାପ୍ରସାଦ ଜମା ବିକନା

ପ୍ରସାଦ ଦେଇ ପୁଣ୍ୟ ଆପଣେଇ

ମହତ ଜନର ପୁଣ୍ୟ କରମ ନିଭାଅନା

ଭାଗ୍ୟରେ ଫଳିବ ହୀରା ମୋତି ମାଣିକସୁନା

ମହୋଦଧି ଦିଅ ଜଳ ବାଣ୍ଟି ସୁମନା

ପ୍ରାଣ ରକ୍ଷା ପାଇଁ ବରଷା ଆସିଛି ଅନା

ତୁମ କୂଳେ ବସି ଭକ୍ତ ଦିଏ ହସି ଭୁଲିଯାଅନା

ସୁଖ ଦୁଃଖ ବାଣ୍ଟି ପାପୀ ହୁଏ ତପି ଏଇଠି ସିନା

ମହା ତୀର୍ଥକ୍ଷେତ୍ର ମାର୍କଣ୍ଡ ଶ୍ୱେତଗଙ୍ଗା

 ନରେନ୍ଦ୍ର ମାଣିକର୍ଣ୍ଣିକା ଅନା 

ବରଷା ଆସିଛି ଭରିଦେବ ଜଳ ପରଷା ସିନା

ଜଗନ୍ନାଥ ଧାମ ଭୁଲିହୁଏନା ଭକ୍ତ କୁହନା ।


Rate this content
Log in

Similar oriya poem from Classics