Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Inspirational

4  

Banalaxmi Mohanty

Inspirational

ବର୍ଷା

ବର୍ଷା

1 min
231


ଗ୍ରୀଷମ ଶେଷେ ବରଷା ଆସେ

   ହସି ଉଠଇ ଧରା

ଉତ୍ତପ୍ତ ଏଇ ଧରଣୀ ବକ୍ଷ

  ଶୀତଳ ହୁଏ ପରା ।


ଚାତକ ପାଏ ଆକାଶୁ ନୀର

   ଶୋଷ ମେଣ୍ଟଇ ତାର

କଳା ମେଘର ରୂପକୁ ଦେଖି

  ନାଚି ଉଠଇ ମୟୂର ।


ବରଷା ପାଣି ମାଟି ଛୁଇଁଲେ 

   ମିଠା ମହକ ଛୁଟେ

ଚାଷୀଭାଇର ମନ ଆନନ୍ଦ 

  ମୁହଁରେ ହସ ଫୁଟେ ।


କ୍ଷେତରେ ତାର କରିଣ ହଳ

   କରିବ ନୁଆ ଫସଲ

ବରଷା ପାଣିରେ ବେଙ୍ଗୁଲି ନାନୀ

   ଛୁଆଙ୍କୁ କରେ ଗେଲ ।


ବରଷା ପାଇ ହସି ଉଠନ୍ତି 

   ସବୁଜ ବୃକ୍ଷ ରାଜି

ଧରଣୀ ରାଣୀ ଦିଶେ ସୁନ୍ଦର 

   ସବୁଜ ଶାଢୀରେ ସାଜି ।


ପୁରି ଉଠଇ ନଈ ପୋଖରୀ

   ଜଳ ଜୀବଙ୍କ ସୁଖ

ପାଣି ଅଭାବେ ଭୋଗୁଥିଲେ ସେ

  କେତେ ଯେ,ପରା ଦୁଃଖ ।

   

ବେଙ୍ଗ ରଡଇ କେଁ କଟର କେଁ 

   ଡାହୁକ ପୁଣି ଡାକେ

ସାଧବ ବୋହୂ ଚାଲେ ସଧୀରେ

   ଘାସ ଗାଲିଚା ବୁକେ ।


ବରଷା ପରା ଆମରି ମିତ

  ବରଷି ଦିଏ ପାଣି

ଶୀତଳ ହୁଏ ଏଇ ଧରଣୀ

   ହସେ ପ୍ରକୃତି ରାଣୀ ।


Rate this content
Log in