STORYMIRROR

Sunita Barik

Abstract

3  

Sunita Barik

Abstract

ବର୍ଷା

ବର୍ଷା

1 min
292

ନିଝୁମ ବର୍ଷା ରେ ଭିଜି

ଚାଲ୍ ଦୁହେଁ ଯିବା ହଜି

କିଛି ନୀରବତା କୁ ସାଥେ ଧରି

ଚାଲ୍ ବୁଲି ଆସିବା ମେଘ ସେପାରି


ଛପ୍ ଛାପ୍ ପାଦେ ଡେଇଁ

ଚାଲ୍ ହାତରେ ହାତ କୁ ଛନ୍ଦି

ଓଠ ଧାରେ ହସ ନେସି

ଚାଲ୍ ବୁଲିବା କାହାକୁ ନ ଡରି


ଵରଷା ବୁନ୍ଦା ରୁ କିଛି

ହେବା ଦୁହେଁ ଛଟାଛଟି

ଭୂଲି ଯିବା ଦୁଃଖ ଯେତେ

ଜୀଇଁ ଯିବା ଆଉ କିଛି


କିଛି ତୋ ମନ ଅକୁହା କଥା

କିଛି ମୋ ମନ ନୀରବ ବ୍ୟଥା

ମିଶି କରି ବାଣ୍ଟି ନେବା

କିଛି ହସ କିଛି ଲୁହ 

ଵରଷା କୁ ଦେଇ ଦେବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract