STORYMIRROR

Anjana Naik,Anju..Deogarh

Action Inspirational Others

4  

Anjana Naik,Anju..Deogarh

Action Inspirational Others

ବର୍ଷା

ବର୍ଷା

1 min
1.5K

ଏମିତି ଏକ ବର୍ଷା 

କିଛି ସମୟର ଛାପ ଛାଡ଼ି ଯାଇଥିଲା

କାହାକୁ ସବୁ ଭରି ଦେଇଥିଲା ତ

କାହାକୁ ପୁଙ୍ଗୁଳା କରି ସବୁ ଛଡ଼େଇନେଇ  

ବିଚ୍ ବଜାରରେ ଭସେଇ ଦେଇଥିଲା ।


ଏମିତି ଏକ ବର୍ଷା 

ସେଦିନ ଶ୍ରାବଣର ଅନ୍ଧାରିଆ ରାତିରେ 

ନିଜର ବୋଲି ଥିବା ସେଇ ସ୍ମୃତି ଭସେଇ

ନିଡ଼ହରା ପକ୍ଷୀଙ୍କ ମନରେ ନୂଆଁ ନିଡ଼ ବୁଣିବାର ଉତ୍ସାହ ଭରିଥିଲା ।


ଏମିତି ଏକ ବର୍ଷା 

ମିଳନ ରାତିରେ ଷୋଡ଼ଶୀର ଆଖିର ଠାଣିରେ 

ତା ପ୍ରେମିକ ମନରେ ମାଦକତା ଭରି  

ସରସର ଭିଜେଇ ଦେଇଥିଲା ।


ଏମିତି ଏକ ବର୍ଷା 

କୁଡ଼ିଆ ଘରେ ଟପ୍ ଟପ୍ ହୋଇ ଗଳୁଥିଲା 

ସେଇ ଘରେ ରହୁଥିବା ଲୋକମାନଙ୍କର

ରାତିର ନିଦ ହଜେଇ ଦେଇଥିଲା ।


ଏମିତି ଏକ ବର୍ଷା 

ପିଲାମାନଙ୍କୁ ବହି ଖାତା ଚ଼ିରିବା ସିଖେଇଥିଲା

ଛୋଟ ଛୋଟ କାଗଜ ଡଙ୍ଗା ବନେଇ 

ଗଳିର କାଦୁଅ ପାଣିରେ ଭସଉଥିଲା।


ଏମିତି ଏକ ବର୍ଷା

ସେଦିନ ଅମାନିଆ ହୋଇ ଯାଇଥିଲା

ଭୁଲ ବୁଝାମଣା ର ଅଡୁଆ ଶୁତାରେ 

ଛନ୍ଦି ହୋଇ, ଅଲଗା ହୋଇ ଯାଇଥିବା 

ଦୁଇଟି ମଣିଷଙ୍କର ଆଖିରୁ 

ଝର ଝର ଲୁହ ବହି ଯାଉଥିଲା ।


ଏମିତି ଏକ ବର୍ଷା 

ଯେବେ ମୋ ପଣତ ଭିଜେଇ ଦେଇଥିଲା 

କାହାର ଅବାଧ ଖିଆଲରେ ହଜି 

ସେତେବେଳେ ମୋ ଆଖି ଏଇ ଆକାଶ ତଳେ  

ନିରୋଳାରେ ନିଜେ ନିଜ ଭିତରେ 

ନିଜକୁ ଅନ୍ୟମନସ୍କତାରେ ଖୋଜୁଥିଲା ।



Rate this content
Log in

Similar oriya poem from Action