STORYMIRROR

Titi Sarangi

Tragedy

2  

Titi Sarangi

Tragedy

ବର୍ଷା

ବର୍ଷା

1 min
13.4K


ବର୍ଷା ଭିଜେଇ ଦେଉଛି ମନକୁ

ଧୋଇ ଯାଉଛି ସ୍ମୃତିର ଆବରଣ,

ଛମ୍ଛମ୍ ନାଚରେ ତାର ହଜି ଯାଉଛି

ରାତିର ନିର୍ଜନ ଆସ୍ତରଣ ।

ମନେ ପଡିଯାଉଛନ୍ତି କାଗଜର

କୁନି କୁନି ସେଇ ଡଙ୍ଗା ସବୁ

ଭାସି ଯାଉଛନ୍ତି ସମୟର ଉଜାଣି ସୁଅରେ,

ହାତରୁ ଝରିଝରି ଯାଉଛନ୍ତି

ମୁହୂର୍ତମାନେ ଆୟୁଷରୁ

ବଳକା ସ୍ବପ୍ନର ନିଅଣ୍ଟିଆ ନିଦରେ ।

ଧକ୍କା ଖାଉଛି ଗାଁ ଦାଣ୍ଡର ଓଳିତଳେ

କେବେକେବେ କଲେଜ ପାଖ

ନାରୁନନା କରିଥିବା କ୍ଯାଣ୍ଟିନୄ କାନ୍ଥରେ।

ସେଇଠି ମୁଁ ଓପାଡି ଆସିଛି

ଭଲପାଇବାର ଅଙ୍କୁରଟିଏ

ଆଗକୁ ଭାସି ଯିବାର ଅଦମ୍ଯ ନିଶାରେ।

ଆହା ବର୍ଷା ,ଫେରାଇ ନେବୁ କି

ସ୍ବପ୍ନ ଆଉ ସମ୍ଭାବନାର ସେଇ

ଭିଜାଭିଜା ସମୟର ସୁଅ ଭିତରକୁ,

ଭିଜନ୍ତି ମୁଁ ଆଉ ଥରେ

ମୋ ନିଜ ସାଥୀରେ

ଦେଖୁଥାନ୍ତି ମୋ ନିଜର ସରଳପଣକୁ।

ହଁ ବର୍ଷା !!ଭିଜେଇ ଦେ

ଦେହକୁ ମନକୁ,ସ୍ମୃତିକୁ

ଆଉ ସବୁଜିମାର ସେଇ ଶସ୍ଯକ୍ଷେତ୍ରକୁ

ହେଲେ ଭଜା ନାହିଁ ସେଇ

ଜରି ଘେରା ଭଙ୍ଗା ଘରଟା

ଯେଉଁଠି ଝରେ ମୋର ଆହାପଣର ଲୁହସବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy