STORYMIRROR

Anirudha Kund

Abstract

3  

Anirudha Kund

Abstract

ବରଷା

ବରଷା

1 min
226


ବରଷା ଆସିଲେ ଭରସା ଆସେ ଲୋ

  ପଡେ ସଂଜୀବନି ପାଣି

ଲାଜେଇ ନଈଟା ପେଟକୁ ଫୁଲାଏ

 ବାଦଲ ଓଢଣୀ ଟାଣି ॥୦॥


କଦମ୍ବ ଡାଳରେ ଫୁଲ ଫୁଟି ଝୁଲେ

  ବାଡିର ଭାଡିରେ କହ୍ନି

ମନେପଡେ ଓଉ ବାଲିଛତୁ ଭଜା

   ଶୋରିଷ ବାଟଣେ ପୁଣି

କାଙ୍କଡର ଭଜା ଲାଗଇ ତ ମଜା

 ତାକୁ ମୁଁ ଭୁଲି ପାରୁନି॥୧॥


ଉଈ ଦେହେ ପର ଘରୁ ହୁଏ ପାର

    ଝରିପୋକ ଉଡେ ପୁଣି

ଗାଁଆର ଅଳିଆ ଅସନା ମଳିଆ

   ସଫାକରେ ବର୍ଷାପାଣି

ଚାଷର ଜମିରେ ପଟୁର ଚାଦର

   ଋତୁମତି ଧରା ରାଣୀ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract