ବରଷା
ବରଷା
କ୍ଷିତୀଶ ଜେନା
ହୁଏ ଚାଷୀଭାଇ ଖୁସି
ହୁଏ ଚାଷଜମି ଖୁସି
ଖୁସିରେ ଚାତକ ପକ୍ଷୀ
ଜଗି ରହିଥାଏ ବସି
ଖୁସିହୁଏ ବସୁନ୍ଧରା
କରେ ଆଲିଙ୍କନ ପରା
ମାଟିତଳୁ ବେଙ୍ଗ ରାଜା
ବଜାଏ ତୁରୀ
ଆକାଶରୁ ଝରେ ଯେବେ
ବରଷା ବାରି ।
ତାତି ହୁଏ ଦୂରୀଭୂତ
ଧରାଲାଗେ ଶୀତଳ
ଆନନ୍ଦରେ ରହେ ନର
ପଶୁପକ୍ଷୀ ସକଳ
ଗଛ ଥିଲେ ଝାଉଁଳି
ପତ୍ର ଯାଏ କଅଁଳି
ନଈନାଳଯାଏ ପରା
ଜଳରେ ଭରି
ଆକାଶରୁ ଝରେ ଯେବେ
ବରଷା ବାରି ।
କୁନି ପିଲା କାଗଜରେ
ଭସାନ୍ତିରେ ଡଙ୍ଗା କରି
ଗଲେ ଆମେ ବାହାରକୁ
ଯାଉ ଆମେ ଛତା ଧରି
ଲଗାଇଲେ ଗଛଟିଏ
ପାଣି ପାଇ ବଞ୍ଚିଯାଏ
ବୁଣିଥିଲେ ବିହିନରୁ
ଯାଏ ଗଜା ବାହାରି
ଆକାଶରୁ ଝରେ ଯେବେ
ବରଷା ବାରି ।
