STORYMIRROR

Kshitish Jena

Action Inspirational Children

3  

Kshitish Jena

Action Inspirational Children

ବରଷା

ବରଷା

1 min
213

କ୍ଷିତୀଶ ଜେନା

ହୁଏ ଚାଷୀଭାଇ ଖୁସି

ହୁଏ ଚାଷଜମି ଖୁସି

ଖୁସିରେ ଚାତକ ପକ୍ଷୀ

ଜଗି ରହିଥାଏ ବସି

ଖୁସିହୁଏ ବସୁନ୍ଧରା

କରେ ଆଲିଙ୍କନ ପରା

ମାଟିତଳୁ ବେଙ୍ଗ ରାଜା

ବଜାଏ ତୁରୀ

ଆକାଶରୁ ଝରେ ଯେବେ

ବରଷା ବାରି ।


ତାତି ହୁଏ ଦୂରୀଭୂତ

ଧରାଲାଗେ ଶୀତଳ

ଆନନ୍ଦରେ ରହେ ନର

ପଶୁପକ୍ଷୀ ସକଳ

ଗଛ ଥିଲେ ଝାଉଁଳି

ପତ୍ର ଯାଏ କଅଁଳି

ନଈନାଳଯାଏ ପରା

ଜଳରେ ଭରି

ଆକାଶରୁ ଝରେ ଯେବେ

ବରଷା ବାରି ।


କୁନି ପିଲା କାଗଜରେ

ଭସାନ୍ତିରେ ଡଙ୍ଗା କରି

ଗଲେ ଆମେ ବାହାରକୁ

ଯାଉ ଆମେ ଛତା ଧରି

ଲଗାଇଲେ ଗଛଟିଏ

ପାଣି ପାଇ ବଞ୍ଚିଯାଏ

ବୁଣିଥିଲେ ବିହିନରୁ

ଯାଏ ଗଜା ବାହାରି

ଆକାଶରୁ ଝରେ ଯେବେ

ବରଷା ବାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action