STORYMIRROR

Bidyadhar Mantry

Abstract Drama Romance

3  

Bidyadhar Mantry

Abstract Drama Romance

ବର୍ଷା ତାଳେ ତାଳେ

ବର୍ଷା ତାଳେ ତାଳେ

1 min
16


ଘଡଘଡି ଓ ବିଜୁଳି କମ୍ପମାନ 

ବାଣ ରୋଷଣୀ ପରାୟ

ମେଘମାଳା ମଧ୍ୟେ ଖୁସିର ଲହରୀ

ବର୍ଷା ବୁନ୍ଦା ବି ଅଥୟ

ବର୍ଷା ହିଁ ଅମୃତ କଣିକା ପ୍ରାୟତଃ

ଧରା ପୃଷ୍ଠେ ଅବତୀର୍ଣ୍ଣ

ବିନ୍ଦୁ ବିନ୍ଦୁ ମେଘ ସମବେତ ସ୍ଵରେ 

ନୃତ୍ୟ ଭଙ୍ଗୀରେ ମଗନ


ବେଙ୍ଗ ରାଣୀ ବାହାଘର ଠାଣି ଧାରେ

ଝିଙ୍କାରି ର ଝିଂ ଝିଂ ନାଦ 

ଜୁଳୁଜୁଳିଆ ର ଡାଆଣୀ ଆଲୁଅ

ଅଯଥା ମନେ ପ୍ରମାଦ

ଆସନ୍ନ ପ୍ରସବା ଶସ୍ୟ କ୍ଷେତ୍ର ଦେଖି

ମଣିଷ ମୁଖରେ ହସ

ଚଷା ଭାଇ ମନେ ଆଶା ଅସୁମାରୀ

ଅମଳ ହେବ ସରସ


ଝିପି ଝିପି ବର୍ଷା ଯେବେ ଲାଗି ରହେ

ଜୀବ ଜଗତକୁ ହିତ

ଅଚାନକ ଭାବେ ଜଳ ବହୁଳତା 

ଜୀବନ ଯାତ୍ରା ବ୍ୟାଘାତ 

କ୍ରମେ ନଈ ନାଳ ସଜବାଜ ଧାରେ

ଅଗ୍ରସର ଲକ୍ଷ୍ୟ ପଥେ

ସାଗର ସହିତ ମିଳନ ଆଶାରେ

ବ୍ୟଗ୍ରତା ପ୍ରତି ମୁହୁର୍ତ୍ତେ


ଅଯାଚିତ ଭାବେ ଖଣ୍ଡ ଖଣ୍ଡ ମେଘ 

ଧରାକୁ କଲେ ପ୍ଲାବିତ

ବର୍ଷଣ ରାତ୍ରିର ଯାବତୀୟ ସୁଖ

ପ୍ରେମିକା ହୃଦରେ ବ୍ୟାପ୍ତ

ବର୍ଷା ଭିଜା ଅଙ୍ଗ ଅବୟବ ସାଥେ

ପ୍ରିୟା ସାନିଧ୍ୟ ନିଆରା

ସାଗର କୂଳରେ ବେଳାଭୂମି ଧାରେ

ଥାଏ ଯଦି ବର୍ଷା ଧାରା

ବର୍ଷା ତାଳେ ତାଳେ ଶୀତଳ ପବନ

ଉଡ଼ାଇ ପ୍ରିୟାର କେଶ

ପ୍ରେମିକକୁ ଆପେ ଚୁମି ଯାଏ ଧୀରେ

ଏକ ନିଶବ୍ଦ ପ୍ରୟାସ

ସେଇ ବର୍ଷା ଭିଜା ବାଲୁକା ରାଶିରେ

ପ୍ରେମୀ ଯୁଗଳଙ୍କ ଚାଲି

ଈର୍ଷାଳୁ ଢେ଼ଉ ଟା ପାଦ ଚିହ୍ନ ଧୋଇ

ସ୍ମୃତି ସହ ଯାଏ ଚାଲି 


ପୁଣି ସେ ବରଷା ଧରା ପୃଷ୍ଠେ ନାଚେ

ଭିଜୁଛି ମାତ୍ର ପ୍ରେମିକ

ଝଡ ବର୍ଷା ଧାରେ ସ୍ଥିତି ଜଡ-ସଡ 

ହେବ କି ପ୍ରେମ ସାର୍ଥକ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract