STORYMIRROR

Chiranjibi Sahoo

Romance

3  

Chiranjibi Sahoo

Romance

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
334

ବର୍ଷା ସହ କିଛି ସ୍ମୃତି ଜାଗି

ମନେପଡେ ଆଜି ସ୍ମୃତି କଥା

ତାର ସେ ସ୍ମିତ ହାସ୍ୟରେଖା

ଦେଖି ଘଷେ ସ୍ମସୃରେ ତାର ମଥା


ପହିଲି ଶ୍ରାବଣର ସବୁଜିମାରେ

ଆସିଥିଲା ସିଏ ମୋ ମନ ଉଦ୍ୟାନେ

ବହାଇ ପ୍ରେମର ପହିଲି ଚୈତାଳି

ନୀରବତାର ନିର୍ଜ୍ଜୀବ କାନନେ


ବେଗେ ଶୁନ୍ୟ ହୋଇଗଲା ଶୂନ୍ୟତା

ମାଡ଼ିଆସିଲା ପ୍ରୀତିର ବଢ଼ି

ଦେହମନେ ଦେଲା ନୂତନ ଭାବନା

ସଙ୍ଗୀ ହୋଇ ସଙ୍ଗେ ନେଲା ବାଟ ବାଢି


ଆଜି ପରିପୂର୍ଣ୍ଣ କୋଳରେ ମୋର

ଶାୟିତ ସୌମ୍ୟା ଏକ ରମଣୀ

ତାହା ସାଥେ ଅବଲୋକେ ସେ ସ୍ମୃତିକୁ

ସେହି ମୋହ ପତ୍ନୀ ସ୍ମୃତିରାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance