STORYMIRROR

Prasanta kumar Hota

Romance

2  

Prasanta kumar Hota

Romance

ବରଷା ରାତି

ବରଷା ରାତି

1 min
13.8K


ବରଷାର ଏହି ରାତି

ମଧୁମୟ ମୋର ମତି

ଚନ୍ଦ୍ର ଶୀତଳ ବସନ୍ତ ପବନ ଭାତି

ଅଳପ ବରଷା ସ୍ଵଳ୍ପ ତମାସା

ପୁଲକିତ କରେ ଛାତି


ବରଷାର ଏହି ରାତି

ମେଘ ଆକାଶରେ ଗତି

ବର୍ଷା ପବନ ଶ୍ରାବଣର ଧାରା ଭିତି

ସ୍ଵଳ୍ପ ଶୀତଳ ଥରାଇ ଦେଉଛି

ଯଉବନେ ଫୁଟେ ତାତି


ବରଷାର ଏହି ରାତି

କେତେ ଭରା ପ୍ରେମ ପ୍ରୀତି

ଭିଜା ଭିଜା ଦେହେ ଭିଜିଲେ ତୃଷା ରତି

ବରଷା ଭରଷା ଉଷ୍ଣ କମ୍ବଳ

ବିତାଇବା ଆମେ ରାତି


ବରଷାର ଏହି ରାତି

ମନ ଆକାଶର ମୋତି

ଚନ୍ଦ୍ର କିରଣ ମଳୟ ଗାଇଲେ ଗୀତି

ଗଳ୍ପ ଆମର ଅଳପ ଅଳପ

ଦେଉଥିବା ଆମେ ପ୍ରୀତି


ବରଷାର ଏହି ରାତି

ମଧୁମୟ ଛନ୍ଦ ଗତି

ଝରୁଥିଲେ ମଧୁ ପରଶେ ପ୍ରିୟା ପ୍ରୀତି

ପାଉଥିଲେ ପ୍ରିୟା ପୀରତି କହେ

ବରଷାର ଆମେ ସାଥୀ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance