STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ବର୍ଷା ଓ ନୀଳକଇଁ

ବର୍ଷା ଓ ନୀଳକଇଁ

1 min
172


ନୀଳ ଋତୁମାନେ ନୀଳକଇଁ ସାଥେ

ରଙ୍ଗୋଲି କଲେ ସାରା ଆକାଶ

ମୌସୁମୀ ପରଶେ ବରଷା ଆସିଛି

ସବୁଜ ଧରଣୀ ପ୍ରକାଶ ll


ରଙ୍ଗ ଧୋଇଗଲା ବର୍ଷା ନେଇଗଲା

ଲୁଚାଇ ରଖିଲା ନୀଳକଇଁ ଉଆସ

ନୀଳବିଷ ପିଇ ଚାତକିନୀ ସମ କହେ

ବରଷା ହୁଅନା ବତାସ ll


ବରଷା କହିଲା ଋତୁ ବଦଳିଲା ଜହ୍ନ

ଲୁଚିଗଲା ହେଲୁ ଉଦାସ

ମୌସୁମୀ ସାଥେ ମୟୁର ନାଚୁଛି ଦେଖ

ଯାହା ଭାଗ୍ୟ ଯେବେ ପ୍ରକାଶ ll

ସୂର୍ଯ୍ୟ ଡୁବିଲେ ଖରା ନାହିଁ ଆଉ ଉତ୍ତାପ

ଖରା ବର୍ଷା ଶୀତ ବସନ୍ତ ହେମନ୍ତ ଶରତ

ଧରଣୀରେ ଆସନ୍ତି ହୋଇ ହସ ହସ ll


ଚାନ୍ଦ ଲୁଚିଗଲେ ତାରା ଲୁଚିଗଲେ ବର୍ଷା

ଆସିଛି ନେଇ ବିଜୁଳି ଛାଇଯାଇ ଆକାଶ

ନୀଳକଇଁ ଇର୍ଷା କରନାହିଁ ନୀଳବିଷ ପିଅନାହିଁ

ପୁଣି ଖେଳିବ ଓଠେ ହସ ll


ବରଷା ଆସିଲେ ସବୁଜ ଦିଶିବ କ୍ଷେତ ଚାଷୀର ମିତ

ପଶୁ ପକ୍ଷୀ ପାନୀୟ ପାଇବେ ଅଶେଷ

ତୁମେ ନୀଳକଇଁ ଅପେକ୍ଷା ଶିଖି ଯାଇ ଥୟ ହୋଇ

ହୁଅ ହରଷ ଆସିବ ମଧୁମାସ ll


ଦୁଃଖ ପରେ ସୁଖ ଆସେ ଯାଏ ଏମିତି

ବିତୁଥାଏ ବରଷକୁ ବରଷ

କେତେବେଳେ ଭାଗ୍ୟ ରେଖା ଓଲଟ ପାଲଟ

ଶିଖିଯାଇଛି ଦେଖ ଏ ମଣିଷ

ଓଠର ଭାଷାକୁ କଥାରେ ନକହି କବି ଲେଖେ

କବିତା ସରସ ତୁମେ ନୀଳକଇଁ ହୁଅ ହରଷ ll



Rate this content
Log in

Similar oriya poem from Action