STORYMIRROR

Subhalaxmi Nayak

Fantasy Others

4  

Subhalaxmi Nayak

Fantasy Others

ବର୍ଷା ଓ କିଛି ସ୍ମୃତି

ବର୍ଷା ଓ କିଛି ସ୍ମୃତି

1 min
510

ଆକାଶେ କଳା ଓଢ଼ଣୀ ପରି

ଢାଙ୍କି ହୋଇ ଗଲେ ବାଦଲ ସବୁ।

ଝିପିଝିପି ମେଘରେ ତିନ୍ତୁଥିଲେ

ଆମେ ଦୁଇଜଣ। କିନ୍ତୁ!

ତୁମ ମୁହଁରେ ସେ ଖୁସି କାହିଁ?

ଯେଉଁ ଖୁସି ଦିନେ ଦେଖିଥିଲି 

ବିଦ୍ୟାଳୟ ପଢ଼ା ସାରି, ଘରକୁ ଫେରିବା ବେଳକୁ।

ସେଦିନ ବି ଠିକ୍ ଏମିତି ବରଷୁ ଥିଲା।

ଆଉ ତୁମ ଚମ୍ପାକଢ଼ି ପରି ବଦନରେ

ବର୍ଷା ବୁନ୍ଦା ସବୁ ମିଳେଇ ଯାଉଥିଲେ ଅନାୟାସରେ।

ଆଜି କାଇଁ ମିଳେଇଗଲା ପରି ତ ଦେଖାଯାଉନାହିଁ

ଓଲଟା କଜ୍ଜଳ ମଖା ଆଖିର ଲୁହରେ ମିଶି,

ବହି ଯାଉଛି ଧାରାଟିଏ ପରି।

ପଚାରିବାକୁ ଇଚ୍ଛା ଥିଲେ ବି,

ନାହିଁ ଅଧିକାର !କେମିତି ଭୁଲିବି?

ତୁମେ ଆଉ ମୋର ହୋଇ ନାହଁ।

ଏକତରଫା ପ୍ରେମର ନାୟକ ମୁଁ, 

କାହିଁ ଦୂରରୁ ତୁମକୁ ଦେଖୁଛି।

ଆଉ ତୁମେ!

ପର କରି ଚାଲିଯାଉଛ, ସଧବା ବେଶରେ

ସୁସଜ୍ଜିତ ସବାରୀରେ "ଦେବୀ" ଟିଏ ସାଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy