ବର୍ଷା ଓ ଚଢେଇ
ବର୍ଷା ଓ ଚଢେଇ
ବର୍ଷାରେ ପିଇ ବାରି ଶୀତଳାଇ ଦେହ ଥିରି
ଚଢେଇ ଖଣ୍ଡି ଉଡ଼ା ଦିଏ ପରଛିଡି ହୋଇ ସରି
ପାଣି ମୁନ୍ଦେ ତୃଷା ନିବାରଇ ତୃଷ୍ଣା ବଢ଼ାଇ
ସବୁକଥା ଏମିତି ଚଢେଇ ବୁଝିବ କେମିତି ll
ଛୋଟ ଦେହ ଛୋଟ ମନ ଛୋଟ ଆଶା ନେଇ
ବସିଥାଏ ନୀଡ଼ ଗଢି ଛୁଆ ଫୁଟାଇବା ପାଇଁ
ବର୍ଷାରେ ଗଲା ଆଶା ଧୋଇ ଗଢ଼ ପୁଣି
ଡ଼ାଳ ପତ୍ର ଗୋଟାଇ ହେଲେ ଶୁଖିଲା କାହିଁ ll
ଶିଶୁ ବଢେ ଜ୍ଞାନ ବୁଦ୍ଧି ବିକଶିତ ହୁଏ
ପକ୍ଷୀ ଜାଣେନାହିଁ ଜଳ ବିହୁନେ ତାକ ଥେଇ ଥେଇ
ଜଳ ଗହଳେ ତାର କିଛି ଯାଏ ଆସେ ନାହିଁ
ତଥାପି ସେଇ ପକ୍ଷ ଶୁଖାଇବାକୁ ଥଣ୍ଟ ଲଗାଇ ll
କେବେ ପାରେ କେବେ ହାରେ ବୁଝିପାରେ ନାହିଁ
ଚଢେଇ ତୁ ଫୁର କିନି ନଉଡ଼ିଲେ
କେମିତି ଏ ସଂସାରେ ଟିକି ଚଢେଇ ଟିକିଏ
ପାଣିରେ ବୁଡି ମରଇ ଲୁଣ ବୋଲି ନଜାଣି କେହି
ବୁଝିଯିବେ ବର୍ଷା ମେଘ ଶ୍ରାବଣ ଆଷାଢ଼ ବାରିଧାରା ll
ଚଢେଇର ନବମହାଗ୍ରହ ଭିତରୁ କେତେ ଜଣ ଏହି
ପର ଛିଡ଼ିଲେ ବୁଝେନାହିଁ ପର ଆପଣା ତାର କାହିଁ
ପକ୍ଷୀ ଗୁଣ ଆହରଣ ବେଳେ ତା ଦୁଃଖ ବର୍ଷା ବୁଝେ ନାହିଁ
ନିରୀହ ପକ୍ଷୀକୁ ବର୍ଷା ସାହା ହୁଅ ଉଡ଼ୁ ଆକାଶେ ରହି ରହି ll