STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ବରଷା ବୁଡାଏ ଭରସା

ବରଷା ବୁଡାଏ ଭରସା

1 min
14.1K


ମଉସୁମୀ ନାନୀ ବଡ ଅଳସେଇ ଲଘୁଚାପ ବିନା ବନ୍ଧ୍ୟା

ଟୁପୁରୁ ଟାପୁରୁ ମେଘ ବରଷୁନି କେଶୁର ମାରୁନି ଗଜା ।।

କାଗଜ ଡଂଗାର ସ୍ମୃତି ମନେପଡେ ଚାଟଶାଳୀ ପାଠପଢ଼ା

ପିଲାଏ ପଦାକୁ ଗୋଡ ନକାଢନ୍ତି ମୋବାଇଲ୍ ଗେମ୍ ଲୋଡା ।।

ବରଷା ବିହୁନେ ମରୁଡି ପଡୁଛି ବୀମାରାଶି ମିଳେ ନାହିଁ

ବରଗଡ ଚାଷୀ ଆତ୍ମହତ୍ୟା କରେ ବ୍ୟାଂକ୍ ନୋଟିସ୍ ପାଇ ।।

ବରଷା ଭରସା ଦିଏ ନାହିଁ ବୋଲି ଚାଷୀ ଛାଡିଲାଣି ଚାଷ

ଦାଦନ ଖଟି ସେ ବିଦେଶ ଯାଉଛି ଭିଟାରେ ଉଠୁଛି ଘାସ ।।

ମହାନଦୀ ଶୁଖି ଆଁ କରିଅଛି ଛତିଶଗଡରେ ବଂଧ

ବରଷିଲେ ପାଣି ଛାଡି ଦେଉଛନ୍ତି ଓଡିଶାର ଭାଗ୍ୟ ମଂଦ ।।

ମୁଖ୍ୟ ଯନ୍ତ୍ରୀ ବସି ହିସାବ କରୁଛି ଅକାଳ ବରଷା ହେଲେ

ଘଳିଆ ଫିଟିବ ବନ୍ୟା ଦେଇଯିବ ଅମାପ ସଂପତ୍ତି ହେଳେ ।।

ବାସ୍ତୁହରା ନଦୀବଂଧ ପରେ ବସି ଜଗିଛି ରିଲିଫ୍ ଗାଡି

ଏଇଠି ଗାଡି ଟା ଅଟକାଇ ଦେବ ପକାଇ ସେ ଠେଂଗା ବାଡି ।।

ବରଷା କାଳଟି ମଂଗଳ କରୁନି ଈସକନ୍ ମଂଦିରରେ

କାରକୁ କାର ଭାସି ପିଟି ହୁଏ ବରଷି ଗଲେ ଅସରେ ।।

ସଂପର୍କର ବର୍ଷା ଉଭେଇ ଯାଉଛି ପଡୁଛି ଗଜା ମରୁଡି

କ୍ଷମତାର ବର୍ଷା ଭସାଇ ନେଉଛି ଗରିବର ଆଶା ବାଡି ।।

ଗ୍ରୀଷ୍ମ ତାପ ଅନ୍ତେ ବରଷା ଆସୁନି ଶୀତ ଯାଉଛି ଉଭେଇ

ପ୍ରଦୁଷଣ କରି ପ୍ରକୃତିକୁ ଆମେ ଧ୍ୱଂସ କରୁ କିଂପାଇ !!


ବିଶ୍ଵେଶ୍ୱର ମାଝୀ

ମୋ: 9437697161

majhibisweswar@gmail.com


Rate this content
Log in

Similar oriya poem from Inspirational