STORYMIRROR

Sanjya Tripathy

Classics

3  

Sanjya Tripathy

Classics

ବର୍ଷା ବର୍ଷା ଆସିଛି – ମୋ ମୌସୁମୀ

ବର୍ଷା ବର୍ଷା ଆସିଛି – ମୋ ମୌସୁମୀ

1 min
228


ବର୍ଷା ଆସିଛି – ମୋ ମୌସୁମୀ ମନସ୍କା ପ୍ରିୟାର ପଣତକାନିରେ

ନାଲି ଟୁକୁଟୁକୁ ସାଧବବୋହୁର ଅପାପବିଦ୍ଧ ହସରେ

ଭାଷାର ଲାଳିତ୍ୟରେ, ଭାବର ଗାମ୍ଭୀର୍ଯ୍ୟରେ,

ଶୈଳୀର ଚାତୁର୍ଯ୍ୟରେ ।

ବର୍ଷା ଆସିଛି - ଅବକ୍ଷୟମୁଖୀ ନୈତିକ ମୂଲ୍ୟବୋଧର କଳାପାହାଡ଼ିରେ

ବେଳାଭୂମିରୁ କ୍ରମଶଃ ଅପସ୍କୃୟମାଣ ପଦଚିହ୍ନରେ

ଋତୁଚକ୍ରର ଅସ୍ବାଭାବିକତାରେ - ଅପେକ୍ଷିତ ବିଳମ୍ବରେ ।

ବର୍ଷା ଆସିଛି – କ୍ରମବର୍ଦ୍ଧିଷ୍ଣୁ ରୂପେ ମହଙ୍ଗା ପରିବା ବୋଝରେ

କୃଷି କର୍ମଶଂକ ଆଶ୍ଵସ୍ତିର ସଂଦେଶରେ

କଳାକୃତିର ଭ୍ରାନ୍ତ ମୂଲ୍ୟାୟନରେ –

ପୁଞ୍ଜିଭୂତ ଅସନ୍ତୋଷରେ ।

ବର୍ଷା ଆସିଛି – ବିକାଶ ଉତ୍ସବର କାଦୁଅଫିଗା

ରାଜନୀତିରେ

ପରସ୍ପର ବିରୋଧୀ ବିବୃତି – ଆକ୍ଷପେ ଓ ପ୍ରକ୍ଷେପରେ

ଭିଜନ୍-୨୦୩୦ର ଅବାସ୍ତବ ଅଭିଷେପରେ ।

ବର୍ଷା ଆସିଛି – ଯୋଗ ପରଂପରାର ପୁନରୁଥାନରେ

ଅକୁଣ୍ଠିତ ଆଟ୍ରୋତ୍ସର୍ଗର ଅବେଲକର

କାହାଣୀରେ

ଆହାର, ଆଶ୍ରୟ, ନିରାମୟ, ଉଜ୍ଜଳା ପରି

ଆତ୍ମ ବଡିମା ଭରୀ ଯୋଜନାରେ ।

ବର୍ଷା ଆସିଛି - ଭୁଲୁଣ୍ଠିତା ଭୂମା’ର ଭରସାବିହୀନ

ଭସା ବାଦଲରେ

କର୍ଷଣ, ପ୍ରତିରୋପଣ ଭଳି ବ୍ୟସ୍ତବହୁଳ

କାର୍ଯ୍ୟକ୍ରମର ଅନ୍ତରାଳରେ

ସରଳା ଗ୍ରାମ୍ୟ କିଶୋରୀର ହଷୋଲ୍ଲାସରେ ।

ବର୍ଷା ଆସିବ – ଋତୁଚକ୍ରର ନିୟମିତତାରେ-ପାରଦର୍ଶୀ

ସ୍ଵାଭାବିକତାରେ

ପ୍ରାଣପ୍ରାଚୁର୍ଯ୍ୟଭରା ପରିବେଷ୍ଟନୀର ପ୍ରତିବିମ୍ବରେ

ପ୍ରତି ପ୍ରଜାତିର ,କବିତାରେ-ପରିପୁଷ୍ଟ କାରୁକାର୍ଯ୍ୟରେ

ପ୍ରବେଶ ଓ ପ୍ରସ୍ତାନ ମଧ୍ୟବର୍ତ୍ତୀ ପ୍ରକୃଷ୍ଟ ମୁହୁର୍ଭରେ

ପ୍ରୀତିଭରା, ବିକଶିତ କର୍ମସଂସ୍କୃତି ସଂପନ୍ନ ପ୍ରଶାସନରେ

ମୋ ପ୍ରୀତିସିକ୍ତ ପ୍ରିୟାର ନୀରବିତ ଉଜାଣି ଯମୁନାରେ

ସର୍ବୋପରି - ପ୍ରଗତି ଓ ପରିବର୍ତ୍ତନର ସାର୍ଥକ ସ୍ଵପୂରେ ।



Rate this content
Log in

Similar oriya poem from Classics