STORYMIRROR

Ram Prasad Bisoi

Tragedy

2  

Ram Prasad Bisoi

Tragedy

ବର୍ଷା,ଭୋକ,ତୃଷ୍ଣା ଓ ଆକର୍ଷଣ

ବର୍ଷା,ଭୋକ,ତୃଷ୍ଣା ଓ ଆକର୍ଷଣ

1 min
14.7K


ନୟନୁ ନିର୍ଝରିତ ଅନବରତ

ଭୋକ,ତୃଷ୍ଣା ଓ ଆକର୍ଷଣର

ଦୃଷ୍ଟିକୋଣ

ଯେତେବେଳେ,

ବର୍ଷା ସହ ବୁଝାମଣା

କରି ବସେ

କାଳବୈଶାଖୀ

ସନ୍ତାପିତ

ଅସହାୟ ପ୍ରାଣ ନିଧାଘ ଗ୍ରୀଷ୍ମରେ ବାଧ୍ୟକରେ

ମୃତବତ ଶୋଇ ରହିବାକୁ

ଗାଁ ମୁଣ୍ଡ

ଶେଷ ମଶାଣୀର କୋଳରେ--------------!

ନିର୍ଜନ କିନ୍ତୁ ନୁହେଁ

ନୀରବ

ଝିଙ୍କାରୀ ,ବେଙ୍ଗରଡିର

ସମିଶ୍ରଣରେ

ଆହୁରି ଭୟଙ୍କର କରି

ତୋଳେ ପରିବେଶ-------!!

କିଛି ଆଶାର କଣ୍ଟକିତ ଘାସଫୁଲର ବଣ

ଭରିପୁର,ଖେଂଚା, ଖୁମ୍ପା, ଟଣା ଓଟରା, ଘୋଶଡାରେ,

ବିଲୁଆ,ଶାଗୁଣା,ହେଟ୍ଟା,କୁଆ ,

କକୁରଙ୍କ ରାଜୁତ,

କିଏ ? ଖୁମ୍ପି ଖାଏ ତ

କିଏ ? ଟାଣି ଓଟାରି

ଶରୀରର ମାଂସାଳ

ଅଙ୍ଗପ୍ରତ୍ୟଙ୍ଗ -----!!!

ଆଜିକାଲି

ମଣିଷ କେବଳ ଖାଉ ନାହାନ୍ତି

ଛେଳି,

ଛେଳି ବି ଖପ ଖାପ ଖାଇବା ଶିଖିଲାଣି ମିଳିଲେ ସହଜେ ମଣିଷର ଅନ୍ତଃବୁଜୁଳା

ବର୍ଷାର

ଭୋକ,ତୃଷ୍ଣା ଓ ଆକର୍ଷଣ

ଯେ ତୀବ୍ର---------!!!!

ପ୍ରକାରନ୍ତେ,

ଶ୍ମଶାନ ବି ବାଦ ପଡିନି

ଖାଲି ଯାହା

ହୃଦୟଟି ଠିକ ଠାକ ଅଛି

ବୋଧେ ଶୋଇ ରହିଛି ବୋଲି

ନିଶ୍ଚଳ ହୋଇ

ସେ ବି ନୁହେଁ କେବେ ନିଜର

ତା ପରିଚୟ ଅନ୍ୟ କାହାର

ଜୀବନ ଏଠି ଭୁଲରେ ବର୍ବରତାର ଚରମ ସୀମାରେ ଅସିମ ,ବାଖ୍ୟାହୀନ

ଆଦିକାବ୍ୟ-

ବର୍ଷା,

ଭୋକ,ତୃଷ୍ନା ଓ ଆକର୍ଷଣର--------!!!!!


©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy