STORYMIRROR

Samar Ballav Bhoi

Romance

4  

Samar Ballav Bhoi

Romance

ବର୍ଷା ଅନ୍ଧାର ରାତି

ବର୍ଷା ଅନ୍ଧାର ରାତି

1 min
315


ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡ଼ିବା ଉପରେ

କେମିତିକା ଏ ଅନ୍ଧାର ରାତି

ନିରେଖି ଦେଖିଲି ଝରକାର ମୁହଁରେ

ଆକାଶର ଅଗଣାରେ ଖଣ୍ଡ ଖଣ୍ଡ ଭାଷା ବାଦଲ

ନିସ୍ତବ୍ଧ ତାର ପ୍ରତିଧ୍ଵନି ଶୁଭୁଥିଲା

ଏପଟେ ସେପଟେ  

ଅନ୍ଧାରର ବୁକୁ ଚିରି ବିଜୁଳିର 

ଶବ୍ଦଭେଦୀ ବାଣରେ

ଫିଟି ପଡୁଥିଲା ହୃଦୟ ଭିତରରେ 

ବିଶ୍ୱାସର ପ୍ରତିଟି ସ୍ପନ୍ଦନ

ଏପଟେ ଜ‌ହ୍ନର ଜ୍ୟୋସ୍ନା ବି ଫିକା ଫିକା 

ଲାଗୁଥିଲା

ବର୍ଷା ଅନ୍ଧାର ରାତିରେ।।


କେମିତିକା ଏ ଅନ୍ଧାର ରାତି

ବେଳେ ବେଳେ ଆସିଯାଏ ବିନା ଡାକରା ରେ

ବିଶ୍ୱାସର ଦ୍ୱାର ଡେଇଁ ପହଞ୍ଚି ଥାଏ

ନିକଟରେ ଅତି ନିକଟରେ

କହି ଦିଅ ତୁମେ ଥରେ

କାହିଁକି ଏମିତି ଆସ ପୁଣି ଚାଲିଯାଉ

ସମୁଦ୍ରର ଉତ୍ତାଳ ତରଙ୍ଗ ପରି

ଭାବି ହୁଏନି କି ମାପି ହୁଏନି

ବର୍ଷା ଅନ୍ଧାର ରାତିରେ।।


କେମିତିକା ଏ ଅନ୍ଧାର ରାତି

ନା ଜହ୍ନ ନା ତାରା

ସବୁ ଯେମିତି ଲୁଚି ଯାଇଛନ୍ତି

ଅମା ଅନ୍ଧକାରର ନିବିଡ଼ତା ଭିତରେ

ମୁଁ ଖୋଜି ଖୋଜି ନୟାନ୍ତ ହେଲିଣି

ଏ ଘନ ଅନ୍ଧାର ରାତିରେ

ବିଶ୍ୱାସ ବି ଦୁରେଇ ଯାଉଛି

ତୁମ ଫେରିବା ବାଟକୁ ଚାହିଁ ଚାହିଁ

ନା ଦୈର୍ଘ୍ୟ ନା ପ୍ରସ୍ତ ମାପି ହୁଏ

ବର୍ଷା ଅନ୍ଧାର ରାତିରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance