STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ବର୍ଷା ଆଣିଛି ରଙ୍ଗ ନେଳି

ବର୍ଷା ଆଣିଛି ରଙ୍ଗ ନେଳି

1 min
12


ମେଘ ଦେବ ଢାଳି ସୂର୍ଯ୍ୟ ଯିବେ ଢଳି 

ଫୁଙ୍କିଦେଲେ ଧୂଳି ଆଖି ଯିବନି ଜଳି 

ଯେଣୁ ବରଷା ଆସୁଛି ଢଳି ଢାଳି 

ମାଟି ହେବ ଓଦା ନଥିବ ଧୂଳି 

ମାଟି ମଟାଳ ଥିବ ତୃଷାର୍ତ୍ତ କଳି ଓ ଅଳି 

ନିଜେ ନଫୁଟି ଫୁଟାଇବ ଶସ୍ୟ ନିଜକୁ ଖୋଳି 

ବିଚରା ଚାଷୀ ହତାସ ହେଉଛି ମନେ ଭାଳି 

ଆସିଲାଣି ବର୍ଷା ମୟୂରୀ ନାଚୁଛି ପୁଛ ମେଲି 

ମେଘ ସଵାରୀରେ ବାଦଲ ଭିତରେ 

ବରଷା କହୁଛି ହେଇ ଗଲି ଆସିଲି ରଙ୍ଗ ବୋଳି 

ସବୁଜିମା ରଙ୍ଗ ପସରାରେ ତାର କରନ୍ତି କଳି 

ମତେ ନେଇ ସାଥେ ବର୍ଷା ଯାଉଛି ଫୁଟାଇ ଅଳି 

ସବୁଜ ରଙ୍ଗର ପସରାରେ ରଙ୍ଗ ମେଳି 

ଥାଉ ଯେତେ ରଙ୍ଗ ଭଳି ଭଳି 

ସାଧବବୋହୁ ଭାରି ଅସହଜ ପିନ୍ଧିବ ପାଟ 

ନାଲି ନା ସବୁଜ ନା ନେଳି 

ମାଖମଲ୍ଲୀ ପାଟ କହେ ପଢାନା ଶାଠ 

ନାଲି ନାଲି ପାଟ ଶାଢ଼ୀ ତୋର ଭଳି ଭଳି 

ପିନ୍ଧି ଦାଣ୍ଡେ ଦାଣ୍ଡେ ଚାଲିଥିବୁ ଆଗେ 

କହିବେ ଆସିଲା ଧନମାଳୀ 

କ୍ଷେତରେ ହସିବ ସୁନାଥାଳି 

ହଳଦୀ ସବୁଜ ସାତରଙ୍ଗୀ ମେଘ

ଘୋଡେଇ ଦେଇଛି ମେଘ କାଳିରେ

ଟୋପା ଟୋପା ସତେ କଞ୍ଚା ବରକୋଳି

ମେଘ ସିନା କାଳି ଚାଲେ ଢଳି ଢାଳି ସତେ ବନମାଳୀ

କିଏ ଡାକେ କାଇଁଚମାଳି ତୁ କଉଡ଼ି ଖେଳି 

ପକା ଜୁଆଳି ଗଇଁଣ୍ଠିଆଳି ଶିକୁଳି 

ଅମୃତବାରି ତୁ ଯା ଢାଳି ବାଳୀ ।


Rate this content
Log in

Similar oriya poem from Abstract