STORYMIRROR

Jyotiranjan Acharya

Abstract

2  

Jyotiranjan Acharya

Abstract

ବର୍ଷ ପ୍ରେମର

ବର୍ଷ ପ୍ରେମର

1 min
264

ଅସରା ଅସରା ବରଷି ବରଷି 

ଶ୍ରାବଣ ଡରେଇ ଡରେଇ ଗଲା,

ମିତ ନାହିଁ ବୋଲି ଥରେଇ ଥରେଇ 

ପୁଷ ମାସ ଶୀତ ମାଡି ଆଇଲା

ଏତିକିରେ ମୋର ସରିନି କଷଣ 

ଆଗକୁ ଆହୁରି ଅଛି ଫଗୁଣ,

ବସନ୍ତ ଆସିବ ଉପହାର ନେଇ 

ଏକାକୀ ଜୀବନ ବିରହି ପ୍ରାଣ

ଆସିଯା ତୁ ସାଥୀ ଏକାକାର ହୋଇ

ସମ୍ମୁଖୀନ ହେବା ସବୁ ଋତୁର,

ବାହୁ ବନ୍ଧନରେ ବର୍ଷକୁ ବାନ୍ଧିବା

ସାରା ବର୍ଷ ହେବ ପ୍ରେମ ଋତୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract