STORYMIRROR

Ghanashyam Biswal

Fantasy Thriller

3  

Ghanashyam Biswal

Fantasy Thriller

ବଡ଼କୁହା

ବଡ଼କୁହା

1 min
221

ମୁଁ ତ ସବୁ ଜାଣିଛି

ଆଉ ସବୁ ଦେଖିଛି ବି

ନିଜ ଆଖିରେ ଦେଖିଛି ବା

ଜହ୍ନକୁ ପୃଥିବୀ ସହିତ ଝଗଡା ହେବାର

ଆଉ ସୂର୍ଯ୍ୟଙ୍କର ଅଭିମାନ

ସୂର୍ଯ୍ୟ ଆଉ କାଳେ କେବେ କିରଣ ଦେବେନି

ମୁଁ ନ କହିବା ଯାଏ

ପଦୁଅଁ ତା ଶ୍ୱଶୁର ଘରକୁ ଯିବାର ବି ସାକ୍ଷୀ ହୋଇପାରିବି

ମୁଁ କେତେ ହୋମ ନିଆଁ କଲାପରେ ଯାଇ

ପୃଥିବୀଟା ଧ୍ବଂସ ହେବାରୁ ବର୍ତ୍ତିଗଲା

ପାଇଛି କେତେ ନୂଆ ତାଜା ଖବର ଖୋଜି ଖୋଜି

ଦିନ ଆଉ ରାତି ଆଉ ହେବଟି ନାହିଁ

କେବଳ ଗୋଟିଏ ଋତୁ ପୁଣି ବର୍ଷକୁ

ମୁଁ ନ ଆସିଲେ

ବରଷା ବି ଆସିବନି

ଖବର ମିଳୁଛି

କଳା ମେଘକୁ କାଳେ ପ୍ରବଳ ଥଣ୍ଡା ଜ୍ୱର

ଚିତା ବାଘ ଆଉ ଆଗପରି ଦୌଡ଼ି ପାରୁନି ମ

ମତେ ଦେଖୁନ

ମୁଁ ନଗଲେ କିଛି ବି ହବନି

ମୁଁ ନଥିଲେ ସବୁ ଫସର ଫାଟି ଯାଇ ଥାଆନ୍ତା

ହେ ଭଗବାନ

ସମସ୍ତେ ମୂର୍ଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy