STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବଡ଼ବାବୁ

ବଡ଼ବାବୁ

1 min
103

ସେମାନେ ତ

କ୍ଷୀର ସାଗରରେ ସ୍ନାନ କରନ୍ତି

ସୁନା ଥାଳିରେ ଭାତ

ଆଉ

ରୂପା ଗିନାରେ ଭୋଜନ କରନ୍ତି

ସେମାନେ କାଳେ ଯାହା କୁହନ୍ତି

ସବୁ ନିରାଟ ସତ୍ୟ

ଆଉ

ବେଦର ଗାର

ସେମାନେ ତ ଭୁଲ କଣ ଜାଣନ୍ତିନି

ଛୋଟ ଲୋକ ମାନେ

ସତ କହିଲେ ଵି ମିଛ ବୋଲି ଧରି ନିଅନ୍ତି

ସେମାନେ ମିଛ କହିଲେ ଵି

ସମସ୍ତେ ବିବେକକୁ ମାରି

ସତ ବୋଲି ମାନିବାକୁ ବାଧ୍ୟ ହୁଅନ୍ତି

ସେମାନେ କାଳେ ଚାହିଁଲେ

ପୃଥିବୀ ଵି ଓଲଟା ଦିଶିବ

ଆଉ

ସୂର୍ଯ୍ୟ ଵି ପଶ୍ଚିମ ଦିଗରେ ଉଇଁବା ଆରମ୍ଭ କରିବ

ସେମାନେ ସମୟକୁ ମାନନ୍ତିନି

ସମୟ ସେମାନଙ୍କୁ ମାନେ

ନିୟମ କାନୁନ ତାଙ୍କ ଆଗରେ ପୁରା ତୁଚ୍ଛ

ସେମାନେ ଚାହିଁଲେ ନିୟମ ମାନିବେ

ଆଉ

ଭାଙ୍ଗିବେ

ସେମାନେ ପରା

ବଡ଼ ବାବୁ

ଜାଣିନ କି

ସେମାନେ ପରା ବହୁତ ବଡ଼ବାବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract