STORYMIRROR

Chinmay Behera

Inspirational Others

3  

Chinmay Behera

Inspirational Others

ବଡ଼ ଭାଇ

ବଡ଼ ଭାଇ

1 min
243

ମାଟିର ମହକ ମମତାର ରେଣୁ

             ମିଶିହୁଏ ଯେବେ ନଈ

ସେ ନଈ କୂଳରେ ବସିଛି ନାଉରୀ

             ଧରମର ଡ଼ଙ୍ଗା ନେଇ

              ସେ ମୋ ବଡ଼ ଭାଇ...।


ଭରଷାର ସେତୁ ଭାସିନାହିଁ କେବେ

            ଉଚ୍ଛୁଳା ପାଣିର ଧାରେ

ସ୍ନେହର ଦଉଡ଼ି ବାନ୍ଧି ଦେଇଅଛି

             ଜୀବନର ଅଗଣାରେ ।

ସୁଖର ସପନ ଧରେଇ ଦେଇଛି

             ଆଞ୍ଜୁଳାଏ ଦୁଃଖ ପିଇ

              ସେ ମୋ ବଡ଼ ଭାଇ ...।


ପ୍ରେମର ପରଶେ ଭିଜେଇ ଦେଇଛି

              ଭଲ ପାଇବାର ରଙ୍ଗ

ସେନେହର ସରୁ ସୂତାରେ ବାନ୍ଧିଛି

              ଅଥଳ ଆଶାର ମଙ୍ଗ। 

ଆପଣା ପଣରେ ସଜେଇଛି ମୋତେ

              ମୋ ପରିକା ସାଥୀ ପାଇ

               ସେ ମୋ ବଡ଼ ଭାଇ...।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational