STORYMIRROR

ସନାତନ ଦାସ

Abstract

2  

ସନାତନ ଦାସ

Abstract

ବର୍ଣ୍ଣମାଳା

ବର୍ଣ୍ଣମାଳା

1 min
155

କାହାକୁ କହିବି

କିଏ ବା ଶୁଣିବ ଏଠି,

ହୃଦୟର ନିବୁଜ କୋଠରୀ ରୁ

ବାହାରି ଆସୁଥିବା ଅମାନିଆ

ଶବ୍ଦ ସବୁ ଗୁଡ଼ିକୁ !!


ବର୍ଣ୍ଣ ମାଳା ଯେତେ ଅକ୍ଷର

କୁଆଡୁ କେମିତି ଯୋଡ଼ି ହୋଇ

କେତେ ଯେ ଅଭିମାନୀ ଶବ୍ଦ

ତିଆରି ହୋଇଯାଉଛି, ପଛକୁ ପଛ

ଗୋଟେ ପଢିଲା ବେଳକୁ

ଆଉ ଗୋଟେ ତା ପଛରେ

ଦଣ୍ଡାୟାମାନ , ନିଜର ପାଳି ଜଗି!!


ମୁଁ ବି ଦ୍ବନ୍ଦରେ, କାହାକୁ ଶୁଣିବି

ଗୋଟିଏ ଶୁଣିଲେ

ଆଉ ଗୋଟିଏ ର ରାଗ ଅଭିମାନ....


କିନ୍ତୁ , ଏଠି କିଏ ବା ଅଛି ଯେ, ଶୁଣିବ ମୋର

ସେଇ ନିଭୃତ କୋଠରୀ ର କାହାଣୀ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract