Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhu Samanta

Children

4.5  

Bibhu Samanta

Children

ବର୍ଣ୍ଣବିଭା

ବର୍ଣ୍ଣବିଭା

1 min
390



ଅ ଯାଇଥିଲା ଅଙ୍ଗନବାଡି

ଆ ଟାଣୁ ଥିଲା ଗାର

ଇ ପଢୁଛି ଇଂରାଜୀ ବହି

ଉ କୁ ହୋଇଛି ଜ୍ୱର।।


ଋ ବସିଛି କବାଟ ଖୋଲି

ଏ ବାଟକୁ ଚାହିଁ, 

ଏ ଆସିଲା ସାଥିରେ ନେଇ

ନୂଆ ଗପ ବହି।।


ଐ ଯାଇଥିଲା ବଜାର ବୁଲି

ଓ ବସିଛି ଋଷି

ଔ ପଢୁଥିଲା କବିତା 

ଗୋଟେ ମନକୁ ମନ ବସି।।


କ ଯାଉଛି କଟକ ବୋଲି

ଖ ର ମନ ଖୁସି 

ଗ କହିଲା ଗରମ ହେଲେ

ପି ବୁ ରାବିଡ଼ି ଲସି

ଘ ଆଖିରେ ଆଖିଏ ନିଦ

ଢୁଳାଏ ଘରକୁ ଆସି।।


ଚ ଛ ଦୁହେଁ ଯାଆଁଳା ବୋଲି

କରନ୍ତି ନାହିଁ କଳି

ଜ ଯାଉଛି ଝ ପାଖକୁ

ଖେଳିବ ବୋଲି ଦୋଳି।


ଟ ଧରିଛି ମିଠେଇ ଗୋଟେ

ଠ କରୁଛି ଅଳି

ଠ ର ମା ଆଣି ଦେଲା

ତା ପାଇଁ ମିଠା କୋଳି।


ଡ଼ ଭସାଏ କାଗଜ ଡ଼ଙ୍ଗା

ଢ ବଜାଏ ଢୋଲ,

ଆକାଶେ ଦେଖ ବିଜୁଳି ଆସି

ଫୁଟେଇ ଦିଏ ବାଣ।

ଣ କରିଛି ଦୋକାନ ଗୋଟେ

ବିକୁଛି ତେଲ ଲୁଣ।


ତ ଖାଉଛି ତତଲା ଭାତ

ଥ କୁ ଭାରି ଥଣ୍ଡା

ଥ ଥରୁଛି ଥଣ୍ଡାରେ ବୋଲି

ଦ କୁ ଲାଗେ ଡର,

ଦ ଧରିଛି ଧ ର ହାତ

ଭୁଲିକି ଆପଣା ପର ।


ନ କହୁଛି ନଈକୁ ଯିବ

ପ ପଛରେ ଧାଇଁ

ଫ ବସିଛି ଦାଣ୍ଡ ଦୁଆରେ

ତାଙ୍କ ଫେରିବା ବାଟ ଚାହିଁ।।


ବ ଟା ଆମ ବଳୁଆ ସିନା

ଭ ଟା ବୁଦ୍ଧିମତୀ

ମ କୁ ଦେଖ ମନୁଆ ବୋଲି

ଯ ପରା ତା ସାଥି।।


ର ଯାଉଛି ରକେଟ ଚଢି

ଳ କୁ ନେଇ ସାଙ୍ଗେ

ଶ ଷ ସ ତିନି ଭଉଣୀ

ବୁଲନ୍ତି ନାନା ରଙ୍ଗେ।।


 ହ ର ରଙ୍ଗ ହଳଦୀ ବୋଲି

କ୍ଷ କରିଛି ମାନ

ୟ ଆସିଛି ଲ ସାଙ୍ଗରେ

ନେଇକି ମିଠା ପାନ।।



Rate this content
Log in