STORYMIRROR

Debadatta Jena

Romance Thriller

3  

Debadatta Jena

Romance Thriller

ବର୍ଣ୍ଣାଭ ବର୍ଣ୍ଣାଳି. .

ବର୍ଣ୍ଣାଭ ବର୍ଣ୍ଣାଳି. .

1 min
256


ତୋ ଆଖିରେ ନୀଳ ଚଉଁରି, 


ମୁଁ ଦେଖୁଚି ଆଜି 


ବର୍ଣ୍ଣାଭ ବର୍ଣ୍ଣାଳି 


ସ୍ୱପ୍ନିଳ ଚିତ୍ର ଲହରୀ ..!


ତୋ ମନର ଚକା ଭଉଁରୀ, 


ଘନ ଉର୍ମି ସାଜି 


ଉତ୍ତାଳ ତରଙ୍ଗେ 


ଉଆଁସେ ସଜାଏ ରୋଷଣୀ..!


ଏଇ ସପନର ବେଳାଭୂମି 


କଳ୍ପନା ସାଗରେ 


ଇପ୍ସିତ ଜୁଆରେ 


ଢେଉ ତୁ ଅଭିମାନିନୀ..!


ତୋ ଆଶା ଶିଶିର ବିନ୍ଦୁ, 


ଶାମୁକାରେ ମୁକ୍ତା 


ଶୈବାଳରେ ରତ୍ନା 


ସ୍ରୋତସ୍ୱିନୀ ହୁଏ ସିନ୍ଧୁ..!


ଜୀବନର ଏଇ ରଂଗ, 


ଜୀବନେ ଶତ ତରଙ୍ଗ 


ବିଚିତ୍ର ବର୍ଣ୍ଣା ଏ ଛବିଳ ଇନ୍ଦୁ 


ସପ୍ତରଙ୍ଗୀ ଇନ୍ଦ୍ରଧନୁ..!


     


      


     












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance