STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ବୃନ୍ଦାବନ ଧାମେ ମୋ ଚିତ୍ତ ରହୁ -୧

ବୃନ୍ଦାବନ ଧାମେ ମୋ ଚିତ୍ତ ରହୁ -୧

1 min
241


ଲୋକ ନିନ୍ଦନେ ମନ ଉଚ୍ଛନ୍ନେ ପ୍ରଫୁଲ୍ଲ ସଦାଚିତ୍ତ,

ଯେ ଯାହା କହେ ମୋ କଣ ଯାଏ ବୃନ୍ଦାବନ ମୋ ବିତ୍ତ ।

ଦୁଃଖରେ ଦୀନ ମୋପରିଜନ ଥାନ୍ତୁ ପଛେ ସଭିଏଁ ,

ତିଲେହେଁ ମାତ୍ର ଦୁଃଖେ ମୋ ଗାତ୍ର ମନ ଉଣା ନ ହୁଏ ।

କାଙ୍ଗାଳ ଦୀନଦରିଦ୍ର ହୀନ ହେଲେ ସୁଦ୍ଧା ମୁଁ ଖୁସି,

ଦେବଇଁ ମନ ଏହିପରାଣ ବୃନ୍ଦାବନରେ ବସି ।

ଧଇର୍ଯ୍ୟ ମୋର ହେବନି ଚୁର ଚ୍ଯୁତ ହେବନି ପଥ ,

ଏତିକି ଶକ୍ତି ଦିଅ ଶ୍ରୀପତି ଆହେ ଜଗତନାଥ ।

କ୍ଷୁଧାର୍ତ୍ତ ଜନେ ମଧୁର ଅର୍ଣ୍ଣେ ଯେସନେ ତୃପ୍ତି ପାଏ ,

ଜନ ତୃଷାର୍ତ୍ତ ନୀର ପାନେତ ତେସନେ ଶାନ୍ତି ହୁଏ ।

କାମୀ ପୁରୁଷ ସୁନ୍ଦରୀ ବସ ସଦା ଥାଏ ତା ମନ ,

ବିନା ସୁନ୍ଦରୀ ମନବଇରୀ ହୁଅଇ ପ୍ରତି କ୍ଷଣ ।

ଜନ କୃପଣ ଦେଖିଣ ଧନ ହୁଅଇ ସଦା କାଳେ,

ଧନତା ମନ ଧନତା ପ୍ରାଣ ଧନ ବିନା ନଚଳେ।

ସୂର୍ଯ୍ୟଙ୍କ ତାପ ପାଇପଥିକ ଖୋଜେ ଶିତଳ ଛାଇ,

ସନ୍ତାନ ହସି ସନ୍ତାନ ଖୁସି ମାତା ପିତାଙ୍କ ପାଇଁ।

ସାଧକମନେ ଶ୍ରୀହରି ଯେହ୍ନେ ଚିତ୍ତରେ ଥାନ୍ତି ରହି ,

ଯୋଗୀଙ୍କ ପାଇଁ ବ୍ରହ୍ମାଣ୍ଡ ସାଇଁ ସାଧକେ ବସ ହୋଇ ।

ସେ ବୃନ୍ଦାବନେ ଚିତ୍ତ ଉଚ୍ଛନ୍ନେ ମତ୍ତି ମୋ ସଦା ରହୁ,

ମୁକତି କାମ ପରମ ଧାମ ସେ ଧାମେ ଚିତ୍ତ ରହୁ ।

କ୍ରମଶଃ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational