STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବୃକ୍ଷରୋପଣ

ବୃକ୍ଷରୋପଣ

1 min
277

ଭାଇ ଓ ଭଉଣୀ ଲାଗି ପଡ଼ିବାରେ

   ବନ୍ଧୁ ଓ କୁଟୁମ୍ବ ସଙ୍ଗେ,

ବୃକ୍ଷରୋପଣ ହିଁ କରିବା ସମସ୍ତେ

   ହୋଇ ଏକତ୍ରିତ ସଙ୍ଗେ।


ଅମ୍ଳଜାନ ମିଳୁ ପରିବେଶ ପାଇଁ

   ହେଉ ସୁସଜ୍ଜିତ ମହି,

ସୁଗନ୍ଧ ମଳୟ ବହୁ ଧିରେ ଧିରେ

   କରୁ ପ୍ରଫୁଲ୍ଲିତ ଦେହି।


କର୍ତ୍ତବ୍ୟ ବନ୍ଧୁରେ ଗଛ ଲଗେଇବା

   ରାଷ୍ଟ୍ର ହିତେ ପରା କର୍ମ,

ପରା ପରିବେଶ ସୁରକ୍ଷା କରିବା

   ଜନହୀତେ ପରା ଧର୍ମ।


ଜନ ଜାଗରଣ କରିବା କର୍ତ୍ତବ୍ୟ

   ଜନଜନେ ଜ୍ଞାନ ମିଳୁ,

ବୃକ୍ଷରୋପଣ ଟି ଆବଶ୍ୟକ ରାଷ୍ଟ୍ରେ

   ତାହାରି ପ୍ରେରଣା ମିଳୁ।


ବୃକ୍ଷରୋପଣରେ ସବୁଜର ଭୁଇଁ

  ଦେବ ଅମ୍ଳଜାନ ତହିଁ,

ସ୍ବସ୍ଥରେ ରହିବା କର୍ମପଥେ ଥିବା

  ଆତ୍ମନିର୍ଭର ଟି ଯହିଁ।

   

ଶୁଣ ମୋର ମିତ ଶୁଣରେ ସଙ୍ଗାତ

  ଗଢିବା ନିରୋଗ ରାଷ୍ଟ୍ର,

ହୋଇ ଏକତ୍ରିତ ଗଛ ଲଗେଇବା

   ହେଉ ସବୁଜର ରାଷ୍ଟ୍ର।


ଅମ୍ଳଜାନ ଏଠି ଅଭାବ ନହେଉ

   ସବୁଜ ରହୁ ଭାରତ,

ସ୍ବସ୍ଥ ନିରୋଗରେ ରୁହନ୍ତୁ ଜନତା

   ହେଉଟି ସ୍ବସ୍ଥ ଭାରତ।


ଏହୁତ କର୍ତ୍ତବ୍ୟ ଜୀବନେ ଆମର

   ଘନ ନିଦ୍ରା ତେଜି ଉଠ,

ନ ଉଠିଲେ ତୁହି ସବୁ ସରି ଯିବ

   ମାନବ କଲ୍ୟାଣେ ଉଠ।


ନୂଆ ଭାରତର ନୂତନ ଉମଙ୍ଗ

  ନୂଆ ନୂଆ ଆବିଷ୍କାର,

ସବୁଜ କରିବା ବିଭୁଙ୍କ ବ୍ରହ୍ମାଣ୍ଡ

  କର୍ତ୍ତବ୍ୟ ଅଟେ ଆମର।


ପୁଷ୍ପର ଉଦ୍ୟାନ କରରେ ନିର୍ମାଣ

  ସ୍ବାଦିଷ୍ଟ ଫଳର ବୃକ୍ଷ,

ବୃକ୍ଷରୋପଣ ଟି ହେଉ ସବୁ ସ୍ଥାନେ

  ଅମ୍ଳଜାନ ପାଇଁ ବୃକ୍ଷ।


ସ୍ବସ୍ଥ ଭି ଜନତା ସ୍ବସ୍ଥ ଭି ଭାରତ

  ଯିବ ଡ଼ର ଏଠୁ ଘୁଞ୍ଚି,

ଅଦୃଶ୍ୟ ରୋଗର ନହେବ ତାଣ୍ଡବ

  ଯିବ ଆପେ ସବୁଘୁଞ୍ଚି।


ବୃକ୍ଷରୋପଣ ଟି ଅତି ଆବଶ୍ୟକ

  ପରିବେଶ ଦୃଷ୍ଟିକୋଣେ,

ହୋଇ ଏକତ୍ରିତ ଲାଗି ପଡ଼ିବାରେ

  ଜନଙ୍କ ହିତ କାରଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract