ବୃକ୍ଷ
ବୃକ୍ଷ
ଲଗାଉଛି ଗଛ ଟିଏ ଦେବ ସିଏ ଅମ୍ଳଜାନ
ତା'ବିନା ଅସମ୍ଭବ ପରା ଆମ ଜୀବନ
ଦେଇ ଜଳ ପ୍ରତିଦିନ ନେବି ତା ଯତ୍ନ
ଗୁଣ ଜାଣିଲେ ତାର କହିବ ତାକୁ ଏକ ରତ୍ନ ।
ଧୀରେ ଧୀରେ ହୋଇ ସୁନ୍ଦରୀ ବଢୁଛି ସିଏ
ରଙ୍ଗ ବିରଙ୍ଗ ଫୁଲରେ ଭରୁଛି ଯିଏ
ଦେଖି ତାକୁ ଆସିଲାଣି ପରଜାପତି ଟିଏ
ରସକୁ ଶୋଷି ,ଡେଣା ଝାଡ଼ି ଉଡି ଯାଏ ।
କେଉଁ ଦୂର ଦେଶରୁ କୁନି ଚଢେଇ ଆସିଛି
ଡେଣା ମେଲାଇ ତା'ଡାଳେ ଦୋଳି ଖେଳୁଛି
ତାକୁ ଖୋଜି ମା'ଚଢେଇ ଆସିଲାଣି ଧାଇଁ
ବସା ଟିଏ ଦେଲାଣି ବାନ୍ଧି ,ଆଉସେ ଯିବନାହିଁ ।
ପଥିକ ମାନେ ନିଅନ୍ତି ତା ମୂଳେ ଆଶ୍ରୟ
ପାଇ ଶୀତଳ ଛାୟା କରନ୍ତି ଜୟ ଜୟ
ତା ଫଳ ଗୁଡିକୁ ଖାଏ ମୁଁ ଯେବେ
ଶକ୍ତିପ୍ରଦାନ କରିଥାଏ ପରା ସେବେ ।
ବରଷା ବେଳେ ମୃତ୍ତିକା କ୍ଷୟକୁ ରୋକେ
ଶୀତରେ ନିଜକୁ ଜାଳି ଆମକୁ ସିଏ ସେକେ
ଖାଦ୍ୟ, ବସ୍ତ୍ର, ବାସସ୍ଥାନ ସବୁ କରେ ପ୍ରଦାନ
ତା'ବିନୁ ଅସମ୍ଭବ ଆମରି ଜୀବନ ଯାପନ ।