Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Abstract

2  

Prabhas Mohapatra

Abstract

ବୃକ୍ଷ ସ୍ୱ ବାର୍ତ୍ତା

ବୃକ୍ଷ ସ୍ୱ ବାର୍ତ୍ତା

1 min
317


ମୁଁ ବୃକ୍ଷ କହୁଛି ମୋର କଥା କିଛି

ଦେଇ ଶୁଣ ମନ ଧ୍ୟାନ ।

ଦେବି ଶାନ୍ତି ସୁଖ ରହିବନି ଦୁଃଖ

କଲେ ରେ ମୋତେ ଯତନ ।।୧


ସନ୍ତାନ ମୋ ଶୁଣ କଲେ ଯେ ରୋପଣ

ଦେବି ଫୁଲ ଫଳ ସଦା ।

ଚଷା ର ମୁହଁରେ ହସ ମୁଁ ଦେବି ରେ

କ୍ଷେତ କୁ କରିବି ଓଦା ।।୨


ବର୍ଷା ଖରା ଶୀତ ସନ୍ଧ୍ୟା ରୁ ପ୍ରଭାତ

ଲଗିବି ସେବାରେ ସଦା ।

ଚାଲିଗଲେ ମୁହିଁ ରହିବେନି କେହି

ଶବ ହୋଇବ ଯେ ଗଦା ।।୩


ଉତ୍ତାପ ବଢିବ ଅଗ୍ନି ବରଷିବ

ସମୁଦ୍ର ଲଂଘିବ କୂଳ ।

ଅଙ୍ଗାର କାମଳ ବଡ଼ିବ ସହଳ

ହେବ ସଭିଙ୍କର କାଳ ।।୪


ତେଣୁ ମୋର ଧନ ଏବେ ସବୁ ଜନ

ବସ୍ତୁବାଦୀ ଗୁଣ ଛାଡ ।

ପ୍ରକୃତି ପ୍ରେମରେ ସଭିଏଁ ପଡ ରେ

ଆସି ନୂତନ ମୋଡ଼ ।।୫


ନହେଲେ ଦୁନିଆଁ ଜାଳି ଦେବ ନିଆଁ

ଆମେ ସଭିଏଁ ମରିବା ।

ତେଣୁ ମୋର ଧନ ଚାଲ ସବୁ ଜନ

ବୃକ୍ଷ ରୋପଣ କରିବା ।।୬


Rate this content
Log in

Similar oriya poem from Abstract