STORYMIRROR

Ramesh takri

Inspirational

3  

Ramesh takri

Inspirational

🌳🌴ବୃକ୍ଷ ରୋପଣ🌴🌳

🌳🌴ବୃକ୍ଷ ରୋପଣ🌴🌳

1 min
171

ଅନେକ ଜାତିର ବୃକ୍ଷଲତା ସବୁ 

  ଅଛି ଉଦ୍ଭିଦ ଜଗତେ

ସୃଷ୍ଟି କରିଛନ୍ତି  ଈଶ୍ୱର ଏହାଙ୍କୁ

  ସକଳ ପ୍ରାଣୀଙ୍କ ହିତେ ।୧।


ମାନବର ନିଜେ  ପରମ ବନ୍ଧୁ ସେ

  ଅଟେ ଅମୂଲ୍ୟ ସମ୍ପଦ

ଜଙ୍ଗଲ ବିନାଶ  ହୋଇଯିବ ଯଦି

  ଘଟିବ ମହା ବିପଦ।୨।


ବୃକ୍ଷଲତା ଠାରୁ  ପାଉଛୁ ସମସ୍ତେ

  ପତ୍ର ଫୁଲ ଫଳ ଛାଇ

ଲାଖ ମହୁ ଝୁଣା  ଔଷଧ ଦରବ

  ଯୋଗାଉଛି ଆମ ପାଇଁ ।୩।


କାଷ୍ଠରୁ ନିର୍ମିତ  ଉପକରଣାଦି

  ରହିଥାଏ ପ୍ରତି ଘରେ

ଜଙ୍ଗଲ ଉପରେ  ଏ ପ୍ରାଣୀ ଜଗତ 

  ଅଧିକ ନିର୍ଭର କରେ।୪।


ମୃତ୍ତିକା କ୍ଷୟରୁ  ସୁରକ୍ଷା ଯୋଗାଏ

  ବୃକ୍ଷଲତା ଛନ୍ତି ଯେତେ 

ଜଙ୍ଗଲ ଭିତରେ  ବଣ୍ୟ ପଶୁ ପକ୍ଷୀ

  ଆଶ୍ରୟ ନିଅନ୍ତି କେତେ ।୫।


ବୃକ୍ଷଲତା ଥିଲେ  ବରଷା ହୋଇବ

  ସର୍ବପ୍ରାଣୀ ହିତ ପାଇଁ

ବଞ୍ଚିଲେ ଜଙ୍ଗଲ  ହୋଇବ ମଙ୍ଗଳ

  ବୃକ୍ଷ କେହି କାଟ ନାହିଁ ।୬।


ଜନସଂଖ୍ୟା ଯେତେ  ବଢ଼ିଲେ ଜଗତେ

  ଜଙ୍ଗଲ ନଷ୍ଟ ହୁଅଇ

ବାସସ୍ଥାନ ସହ କଳ କାରଖାନା

  ସେ ସ୍ଥାନେ ଗଢ଼ି ଉଠଇ ।୭।


ପଡ଼ିଆ ଜମିରେ  ସଡ଼କ ପାର୍ଶ୍ୱରେ

  ବୃକ୍ଷ ସବୁ ଲଗାଇବ

ଏ ଦେଶ ଜାତିର  ବିକାଶ ହୋଇବ

  ସର୍ବେ ଉପକୃତ ହେବ।୮।


ପ୍ରତିଟି ଗାଆଁରେ  ଅନେକ ଜାତିର

  ଫଳ ବୃକ୍ଷ ଯେତେ ଥିବ

ଗ୍ରାମ ପରିବେଶ. ପ୍ରକୃତିକୁ ନେଇ

  ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।୯।


ବୃକ୍ଷ ହିଁ ଜୀବନ  ଏହି କଥା ଭାବି

  ସର୍ବେ ହୁଅ ସଚେତନ

ଉଦ୍ଭିଦ ଜଗତ  ବିକାଶ ନିମନ୍ତେ

  ସର୍ବେ ଦେଉଥିବା ଧ୍ୟାନ ।୧୦।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational