STORYMIRROR

Chinmaya Nayak

Inspirational Others

4  

Chinmaya Nayak

Inspirational Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
411

      କୁସୁମ କାନନ ସୁରଭିରେ ଭରା

        ଜାଣିଛ କି କାହାପାଇଁ,

     ସହାୟକ ହୁଏ ଆମରି ସୁରକ୍ଷାରେ

        ବୃକ୍ଷଟିଏ ପରା ସେହି l


     ତାହା ପାଇଁ ଜଗତ ଦିଶଇ ସୁନ୍ଦର

         ଜୀବଜଗତ ସମ୍ଭବ,

    ହେଲେ ଆଜିକାଲି ବିନାଶ କରି ତାକୁ

       ଦେଖାଉଛ କେଉଁ ଦମ୍ଭ ? I


      ବୃକ୍ଷ ଅଟେ ବଳ ବୃକ୍ଷ ଦିଏ ଫଳ

         ବୃକ୍ଷ ଦିଏ ଅମ୍ଳଜାନ,

      ବୃକ୍ଷ ବିନା ପରା ସୃଷ୍ଟି ଅସମ୍ଭବ

         ଗଢ଼ିଛନ୍ତି ଭଗବାନ l


     ବେଳ ଥାଉ ଥାଉ ହୁଅ ସାବଧାନ

      ଗଛଲତା ପଶୁପକ୍ଷୀ ପ୍ରାଣୀଙ୍କର,

      ସଭିଙ୍କ ପାଇଁ ବୃକ୍ଷ ହିଁ ଜୀବନ

      ସୁରକ୍ଷା କରିବା ଦାୟିତ୍ଵ ଆମର l 


    କଂକ୍ରିଟ୍ ଜଙ୍ଗଲକୁ ମଣିଷ ଡାକିଛି ବିପଦ 

     ସେଥି ପାଇଁ ଲୋଡା ଖାଲି ସଚେତନ, 

      ସୁସ୍ଥ ପରିବେଶେ ରହୁଥିଲେ ସଦା 

       ଭୋଗିବା ନାହିଁ ଆମେ କଷଣ l 


       ବୃକ୍ଷପାଇଁ ପରା ବରଷା ହୁଅଇ 

         ବୃକ୍ଷ ଦିଅଇ ଜୀବନ,

      କାହିଁ ପାଇଁ ତୁମେ ନଷ୍ଟ କରି ବୃକ୍ଷ 

         କର ତାକୁ ହୀନିମାନ l 


     ସବୁଜ ସୁନ୍ଦର ଗଢ଼ିବା ଓଡିଶା ଆମ 

      ବୃକ୍ଷ ହିଁ ଜୀବନ ବୃକ୍ଷ ଆମ ପ୍ରାଣ,

      ବିଶ୍ଵ ମାନଚିତ୍ରେ ରଖିବା ତା' ନାମ 

   ଗୋଟିଏ ନର କରିଣ ଗୋଟିଏ ବୃକ୍ଷରୋପଣ l


  


Rate this content
Log in

Similar oriya poem from Inspirational