ବୃକ୍ଷ ର ମହତ୍ବ
ବୃକ୍ଷ ର ମହତ୍ବ
ଗଛକୁ ସୁନ୍ଦର ସବୁଜ ପତର,
ଫୁଲ ରୁ ମିଳଇ ସୁଗନ୍ଧି ଅତର ।
ଗଛରୁ ମିଳଇ କାଠ,ଅମ୍ଳଜାନ,
ଜୀବ ଜଗତେ ହୃତପିଣ୍ଡ ସମାନ ।
ବୃକ୍ଷ ଦେଇଥାଏ ଫୁଲ,ଫଳ,ମୂଳ
ତାକୁ ଖାଇ ଆମେ ହୁଅନ୍ତି ସବଳ ।
ବହୁତ ଜିନିଷ ଜଙ୍ଗଲୁ ମିଳଇ ,
ଜଙ୍ଗଲ ଯୋଗୁଁ ହିଁ ବରଷା ହୁଅଇ ।
<
/strong>
ମାଟିର ସୁରକ୍ଷା ବୃକ୍ଷ ଯୋଗୁଁ ହୁଏ,
ଧରାବକ୍ଷେ ସବୁଜିମା ଭରିଦିଏ ।
କୁଫଳ ମିଳେ ବନ କରିଲେ ନଷ୍ଟ ,
ଜଙ୍ଗଲ ବିନା ଆମେ ବଞ୍ଚିବା କଷ୍ଟ ।
ରକ୍ଷା କରେ ସିଏ ଆମ ପରିବେଶ ,
ସବୁରି ମୁଖରେ ଫୁଟାଏ ଯେ ହସ ।
ବୃକ୍ଷ ରୋପଣ ଏକ ମହତ୍ତ କାମ,
ପରିବେଶ ବଞ୍ଚାଅ ନହୋଇ ବାମ।