STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ବୃକ୍ଷ କାଟୁଛ, ପାଇବ କାହୁଁ ଛାଇ

ବୃକ୍ଷ କାଟୁଛ, ପାଇବ କାହୁଁ ଛାଇ

1 min
204

ବୃକ୍ଷ ଆମ ଜୀବନ, ରାଜଧାନୀ ଆଜି 

କାହିଁକି ବୃକ୍ଷହୀନ

ତୁମେ ଦେଖୁଅଛ ‌ବାହାର ସୁନ୍ଦର ରୂପ,

ମୁଁ ପାଉଛି ଶ୍ରୀହୀନ


ରାଜରାସ୍ତା କଂକ୍ରିଟ, କଡ ଧବଳ କୋଠା,

ପାଇବ କାହୁଁ ଛାଇ

ଚାଲି ଚାଲି ଗଲେ, ଥକା ହୋଇଗଲେ, 

ନପାଇବ ସ୍ଥାନ, ମାରିବାକୁ ହାଇ


ଅମ୍ଳଜାନ ଦିଏ ତ ବୃକ୍ଷ, ଅଙ୍ଗାରକାମ୍ଳକୁ

ଶୋଷି ନେଇ

ତୁମେ ପାଅ ଆନନ୍ଦ ଶୀତ ତାପ ନିୟନ୍ତ୍ରଣେ 

ବଡ ବଡ ପ୍ରାସାଦେ ରହି


ମୁଁ କିନ୍ତୁ ଦେଖୁଛି, ଧ୍ୱଂସାଭିମୁଖୀ ଯୋଜନାର

କୁତ୍ସିତ ଭରା ମୁଖ

କୁହ, ଅମ୍ଳଜାନ ଅଭାବେ,ବଡ ଗଦିରେ ଶୋଇଲେ

କି ପାଇବ ସୁଖ


ମନରେ ଭାଳୁଛି, ଦାନବ ମଣିଷ ସତେ କଅଣ

କେବେ ମନୁଷ୍ୟତ୍ୱର ରୂପ ନେବ,

ମିଛ ଅଳୀକର ନିଶା ଛାଡି, ଧରଣୀମାତାକୁ

ସବୁଜ ସୁନ୍ଦର କରିଦେବ


ମଣିଷର ମାନବିକ, ମୌଳିକ ଅଧିକାର, ଉତ୍ତମ

ଜୀବନ ଜୀଇଁବା ପାଇଁ 

ଜଙ୍ଗଲ ସୁରକ୍ଷା ପ୍ରକଳ୍ପ, ଛନ୍ଦ ବୁଦ୍ଧିରେ ଯାଇଛି

ବାଟବଣା ହୋଇ


ମିଛ ଦୁନିଆ ଭିତରେ ଯେ ବୁଲିବ, ସେ ପ୍ରାଣୀ

ସତରେ କି ପାରିବ ଦୁଃଖରାଶିକୁ ଗଣି

ଗର୍ବୀ, ଅହଂକାରୀ ଅବିବେକି ବୁଝିପାରିବ କି

ଜଙ୍ଗଲ ସୁରକ୍ଷାର ମହତ ବାଣୀ    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational