STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

1 min
14.3K


ପ୍ରଭାତ ଭ୍ରମଣେ ଆଜି ଯିବା ବେଳେ ।

ଗଛ ସଙ୍ଗେ ଟିକେ କଥା ହୋଇଲି

ତୁମେ ହିଁ ଜୀବନ ତୁମେ ହିଁ ପରାଣ

ସତ କଥା ଟିଏ ତାଙ୍କୁ କହିଲି,,

ମୁହଁ କୁ ଫୁଲେଇ ଅଭିମାନ କରି

ଗଛ ,ନିଜ ମନକଥା ମୋତେ କହିଲା

ମିଛ ଟାରେ କିଆଁ କହୁଅଛ ଭାଇ

ଆମକୁ ,ନଷ୍ଟ କରିବାରେ ତୁମ ଜୀବନ ଗଲା

ଅମ୍ଳଜାନ ଦିଏ ଫଳମୂଳ ଦିଏ

ତୁମରି ସେବାରେ ଦିନ କାଟୁଛି

କାରଣ ନଥାଇ ମୋତେ କାଟିଦିଅ ||


ଖଣ୍ଡିଆ ହୋଇ ମୁଁ ନୀତି କାନ୍ଦୁଛି

ଧିକାର ତୁମକୁ ତୁମର ନୀତି କୁ

ଆମ ପ୍ରତି ଅତ୍ୟାଚାର କରୁଛ

ଆମ ଧର୍ମ ଆମେ ନିଜେ ରଖିଅଛୁ

ତୁମେ କି ତୁମର ଧର୍ମ ରଖିଛ

ଅଲାଜୁକ ଭଳି ସବୁକଥା ଶୁଣି

ଗଛକୁ ଟିକିଏ କୋଳେଇ ନେଲି

ସ୍ନେହ ଶ୍ରଦ୍ଧାକରି ତା ପାଖରେ ବସି

ସ୍ନେହରେ ସ୍ନେହରେ ବୁଝେଇଦେଲି

ମୋ ଭାଇମାଙ୍କୁ ନିଶ୍ଚୟ କହିବି

ଗଛକୁ ଜମାରୁ କାଟନ ବୋଲି,

ମଣିଷ ଜାତିକୁ ଏତିକି ମୋ ଅଳି

ଗଛର ମୂଲ୍ୟକୁ ଟିକେ ବୁଝିବ

ଗଛ କୁ ଲଗେଇ ସ୍ନେହ ଶ୍ରଦ୍ଧା ଦେଇ

ପୃଥବୀ ମାଆଙ୍କୁ ରକ୍ଷା କରିବ ||


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational