STORYMIRROR

Manaswinee Dash

Abstract

3  

Manaswinee Dash

Abstract

ବୃକ୍ଷ ଛେଦନ ଜୀବଜନ୍ତୁ ମରଣ

ବୃକ୍ଷ ଛେଦନ ଜୀବଜନ୍ତୁ ମରଣ

1 min
159

ଏଇ ଧରା ସବୁ ଜମାରେ ଥିଲା ଭରା, 

ସୁନ୍ଦରତା ତାର ଅପାସୋରା, 

ନିଜର ଚାହିଦା ପାଇଁ କି ଆମେ କରୁଛୁ ବୃକ୍ଷ ଛେଦନ ପରା, 

ତଥାପି କିଛି କହୁନି ଏ ଧରା। 


ବୃକ୍ଷ ସଂହାର କରୁଛୁ ଲଗାତାର, 

କୋଉଠି କଳକାରଖାନା ତ କୋଉଠି କରୁଛୁ ଘର, 

କହୁଛୁ ଗଛ ଲଗଉଛୁ ପୁଣି ଏଥର, 

ହେଲେ ଶୋଭା ଏଇ ସବୁ କାଗଜ କଲମର। 


ଗଛର ବିନାଶ କରୁଛି ପ୍ରାକୃତିକ ପରିବେଶର ବିନାଶ, 

ବଢି ଚାଲିଛି ଧରାର କ୍ଳେଶ, 

ଧୀରେ ଧୀରେ ପରିବେଶ ହଉଛି ବିଷ, 

ନିଜେ ଜାଣି ସବୁ କରିଲେ କହିବ କାହାକୁ କୀଶ। 


ପରିବେଶ ବିନାଶ ରେ ଯିଏ ପାରିଲା ସହି, 

ବନ୍ଚି ରହିଲା ସେହି, 

ଯିଏ ପାରିଲାନି କରି ଲଢେଇ, 

ସିଏ ନଉଚ ମୃତ୍ୟୁକୁ ଆଦରି ନେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract