STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

ବର୍ଜ୍ୟ

ବର୍ଜ୍ୟ

1 min
12K

ମାଟି ପାଣି ଆଉ ପବନ ଶବଦ

ପ୍ରଦ୍ୟୁଷଣ କରି ବରଇ ବିପଦ

ଜାଣି ଜାଣି କରେ ମଣିଷ ଏ ତ୍ରୁଟି 

ରୋଗଭୋଗେ କରେସମସ୍ୟାକୁ ସୃଷ୍ଟି


ସହଜ ସୁବିଧା ଚଳଣି ନିମନ୍ତେ

ପ୍ଲାଷ୍ଟିକର ନାନା ବସ୍ତୁକୁ ତିଆରେ

ବ୍ୟବହାର କରି ଫିଙ୍ଗି ଦେଇଥାଏ

ମାଟିରେ ନ ମିଶି ବିଷାକ୍ତ କରାଏ।


ଅନୁର୍ବର ହୁଏ ମାଟି ସେ ବସ୍ତୁରେ

ହୁଏନା ଫସଲ ଠିକ୍ ସମୟରେ।

ପଲିଥିନ ଆଉ ରବର ଉତ୍ପାଦ

ଗଦା ହୋଇ ସବୁ ବଢ଼ାଏ ପ୍ରମାଦ


ଯହିଁ ଦେଖ କୁଢ଼ କୁଢ଼ ଆବର୍ଜନା

ବାୟୁ ପ୍ରଦୂଷଣ ଧୂଆଁ ଧୂଳିକଣା

ନିଶ୍ୱାସ ନେବାକୁ ଭୟ ଲାଗେ ଏବେ

ଅମ୍ଳଜାନ ନୁହେଁ ବିଷ ପବନରେ।


ଜଳରେ ମିଶି ଯେ କରଇ କଦର୍ଯ୍ୟ

ପିଇବାକୁ ହୋଇ ନ ଥାଏ ପ୍ରଯୁଜ୍ୟ

ଚର୍ମ ରୋଗ ଆଉ ନାନା ସଂକ୍ରମଣ

ସୃଷ୍ଟି କରିଥାଏ ଯେତେ ପ୍ରଦ୍ୟୁଷଣ।


କରିବା ଆମେ ଯେ ପ୍ଲାଷ୍ଟିକ ବର୍ଜନ।

ବଞ୍ଚିବ ପୃଥିବୀ ବଞ୍ଚିବ ଜୀବନ।

ମାଟିରେ ମିଶିବ ଯେଉଁ ବସ୍ତୁସବୁ

ବ୍ୟବହାର କର ସେହି ସାମଗ୍ରୀକୁ


ଅତ୍ୟଧିକ ଶବ୍ଦଯେଉଁ ଯନ୍ତ୍ର କରେ

କରନାହିଁ ବ୍ୟବହାର ତାକୁ କେବେ ।

କର ରକ୍ଷା ଏଇ ପ୍ରକୃତି ମାତାକୁ

ନଷ୍ଟ କର ନାହିଁ ଏ ପରିବେଶକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract