STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ବର୍ଜନ ଧୂମପାନ

ବର୍ଜନ ଧୂମପାନ

1 min
48

ବିସ୍ମୟ ଲଗୋଇ ଭାଇରେ ତୁମର

ଧୂମପାନ କରା ଦେଖି ।

ପାଟିରୁ ନାକରୁ ଧୂଆଁ ନିତି କାଢୁ

ମିସାଇଲ୍ ଭାବେ ଆଖି ।।


ମିସାଇଲ୍ ଛାଡି ଵୈଜ୍ଞାନିକ ସିନା

କରନ୍ତି ବିଭିନ୍ନ ପରୀକ୍ଷା ।

ବୁଝି ପାରୁନାହିଁ ଦିନକୁ ପନ୍ଦର 

ଟାଣି କି କରୁ ପରୀକ୍ଷା ।।


ଧୂମ କାଠି ତୁଣ୍ଡେ ମାଚିଶିରୁ ଖଣ୍ଡେ

ଶୌଚାଳୟ ଯାଅ ଧରି।

ପଚାରିଲି ଭାଇ ନିତି ନେଉ କାଇଁ

ଧୂମ କାଠି ତୁହି ଧରି ।।


ସେଇଠୁ ଭାଇ ମାେ ଉତ୍ତରେ କହିଲା

ନ ନେଲେ ହେଉନି ଶୌଚ ।

ଗୋଟେ ଟାଣି ଦେଲେ ପେଟମାେ ଖଲାସ

ଅାପେ ଖସି ପଡେ ଶୌଚ ।


ପଚାରିଲି ଯାଇ ବୈଦ୍ୟ ମଉସାକୁ

ମଉସା ଟିକେ କହିଲ ।

ଧୂମ କାଠି ଧରି ଟାଣେ ନିତି ହରି

ଏ କି ପରୀକ୍ଷା କହିଲ ।।


କହିଲେ ମଉସା ଟାଣି ବୁନୀ ଧନ

କର୍କଟ ରୋଗ ହୋଇବ ।

କଲିଜା ତୋହର କଣା ହୋଇଯିବ 

ଶରୀର ଦୁର୍ବଳ ହୋଇବ ।।


ଅଳ୍ପ ଦିନ ମଧ୍ୟେ ମୃତ୍ୟୁତୋ ହୋଇବ

କରିଲେ ତୁ ଧୂମପାନ ।

ସଭିଙ୍କୁ ବୁଝାଇ କହିବୁ ଟିଯାଇ 

କରିବେନି ଧୂମ ପାନ ।।


ତମାଖୁ ସେବନ କରେ ଯେଉଁ ଜନ

ମୃତ୍ୟୁକୁ କରେ ବରଣ ।

ଆସ ଭାଇ ଆଜି ଶପଥ କରିବା

ନ ଟାଣିବା କେହି ଗଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational