Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
151



ଶଙ୍କଟ ହାରିଣୀ ବିଘ୍ନ ବିନାସିନୀ

ମାଆ ଶକ୍ତି ସ୍ବରୂପିଣୀ 

ନବ ରାତ୍ର ପୂଜା ଦ୍ବିତୀୟ ଦିବସେ

ହୁଅ ମା ବ୍ରହ୍ମଚାରିଣୀ ।


ପର୍ବତ ରାଜାଙ୍କ ହିମାଳୟ କନ୍ୟା 

ତୁମେ ଶିବଙ୍କ ଘରଣୀ

ସହସ୍ର ବରଷ ତପସ୍ୟା କରିଲ

ତୋଷ ହେଲେ ଶୂଳପାଣି ।


ପତ୍ରକୁ ଭକ୍ଷଣ କରି ମା ଅପର୍ଣ୍ଣା

ହୋଇଲ ତୁମେ ଭବାନୀ

ତପସ୍ୟା ବଳରେ ଧରିଲ ବେଶ ମା

ଏଇ ତ ବ୍ରହ୍ମ ଚାରିଣୀ ।


ଶୁଭ୍ର ବସ୍ତ୍ର ପରିଧାନ କଲ ମାତ

ସନ୍ତାନ ରକ୍ଷା କାରିଣୀ

ଚତୁଃବର୍ଗ ଫଳ ପ୍ରଦାନ କରୁଛ

ଭକତ ସାହା ବାରିଣୀ ।


ବାମ ହସ୍ତେ କମଣ୍ଡଳ ଡାହଣରେ

ଜପାମାଳ ମା ଧାରିଣୀ 

ତପ ଚାରିଣୀ ମା ଅଭୟ ଦାୟିନୀ 

ତୁମେ ଗଉରୀ ଶିବାନୀ ।


ତ୍ୟାଗ ଦୟା କ୍ଷମା ବୈରାଗ୍ୟ ସଂଯମ

ଆଶିଷର ନିର୍ଝରିଣୀ 

ଅଶାନ୍ତିକୁ ନାଶି ଶାନ୍ତି ଦିଅ ମାଗୋ

ହସି ଉଠୁ ଏ ଧରଣୀ ।

 

ଦୋଷ ମୋ ନ ଧରି କ୍ଷମା କରି ଦିଅ

ମାଆ ଗୋ ବ୍ରହ୍ମଚାରିଣୀ 

ଚରଣେ ଶରଣ ପଶୁଛି କୋଳେଇ

ନିଅ ଶକ୍ତି ସ୍ବରୂପିଣୀ ।


ତୁମରି ଆଶିଷ କୃପା କରୁଣାରେ

ହସୁ ଏ ବିଶ୍ବ ଜନନୀ

ଅନ୍ୟାୟ ଅଧର୍ମ ଦୁର୍ନୀତିକୁ ନାଶ

କର ଦୁର୍ଗତି ନାଶିନୀ ।


Rate this content
Log in

Similar oriya poem from Abstract