STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ବ୍ରହ୍ମାସ୍ତ୍ର

ବ୍ରହ୍ମାସ୍ତ୍ର

1 min
253


ନରାଧମ ମୂର୍ଖ ସକଳ ଶକ୍ତିକୁ ଲଗାଇ ଛାଡ଼େ ତା' ଅସ୍ତ୍ର,

ଅସ୍ତ୍ର ଛାଡ଼ିଦେଇ ନିରସ୍ତ୍ର ହୋଇଲେ ହୋଇଥାଏ ସେ ପରାସ୍ତ |


ବୁଦ୍ଧିମାନ ଯୋଦ୍ଧା ବ୍ରହ୍ମାସ୍ତ୍ର ଛାଡ଼େନା ଯୁଦ୍ଧଶେଷ ହେବାଯାଏ ,

ଛୋଟ ଛୋଟ ଅସ୍ତ୍ର ଛାଡ଼ିଛାଡ଼ି ଶେଷେ ବ୍ରହ୍ମାସ୍ତ୍ରକୁ ଛାଡ଼ିଦିଏ |


ମଣିଷର କର୍ମ ବିଚାରକୁ ଧରି ଚାଲେ ହୃଦୟ ମସ୍ତିଷ୍କ,

ମଣିଷର ବୁଦ୍ଧି ହୃଦୟର ଦୟା କରି ଈଶ୍ଵର ମନଷ୍କ |


ଦ୍ଵନ୍ଦ୍ଵ ସୃଷ୍ଟିହେଲେ ଦୁହିଙ୍କ ଭିତରେ ମସ୍ତିଷ୍କଟି ପାରେ ଜିତି,

ହାରିଲେ ହାରିବା ହୃଦୟକୁ ଧରି ରଖିଥିବା ଦିନରାତି |


ପ୍ରତ୍ୟେକ ଯନ୍ତ୍ରଣା ଦେଇଥାଏ ସିନା ନୂଆଶିକ୍ଷା ଆମପାଇଁ,

ସେହି ନୂଆଶିକ୍ଷା ଆମରି ମନକୁ ନିତି ବଦଲାଉ ଥାଇ |


ପ୍ରତ୍ୟେକ ମଣିଷ ବଡ଼କାମ ଯେତେ କରି ତ ପାରିବ ନାହିଁ,

ଛୋଟ ଛୋଟ କାମ କରିହେବ ନିଶ୍ଚେ ବଡ଼ ହୃଦୟକୁ ନେଇ |


ମହତ ପୁରୁଷ ଗୁଣର ମହକ ଫୁଲର ବାସନା ପରି,

ଆଖିକୁ ଦିଶେନା ହୃଦୟକୁ ଛୁଏଁ ଯଥା ପ୍ରଭୁ କୃପାବାରି |




Rate this content
Log in

Similar oriya poem from Inspirational