STORYMIRROR

Pradeep Kumar Panda

Abstract Inspirational

3  

Pradeep Kumar Panda

Abstract Inspirational

ବରଦେ

ବରଦେ

1 min
159


ଅଜ୍ଞାନ ତିମିର ଧ୍ବ୍ଂସି

ପ୍ରଜ୍ଞାନ ପ୍ରଭା ପ୍ରକାଶି

ବିରାଜ ଗୋ ବିପଞ୍ଚି ବାଦିନୀ

ଉଇଁ ଆସୁ ଜ୍ଞାନର ଉଷଶୀ.


ଶ୍ୟେତ ମରାଳ ବାହିନୀ

ଶ୍ଵେତଗଂଧା ନୁ ଲେପିନୀ

ଶ୍ୟେତ ଅମ୍ଭୁଜରେ ଉପବେଶି

ଶୁକ୍ଳାମ୍ୱରି ସାଜ ଧରାବାସୀ.


ଗଜ ମୋତି ମୁକ୍ତା ମାଳେ,

ବନ୍ଦନ୍ତି ତ୍ରିଦେବ ଯା'ରେ,

ଜ୍ଞାନ ବୁଦ୍ଧି ସିଦ୍ଧି ପ୍ରାପ୍ତି ଆଶି

ତୁ' ବରଦା ମୁଦ୍ରା ପରକାଶି.


ବାଣୀ ବୀଣାର ନିନାଦେ

ଗହ ଗହ ବ୍ରହ୍ମନାଦେ

ଗୁଞ୍ଜି ଉଠୁ ସୃଜନୀର ଗୀତି

ନିରାଶାକୁ ହେଉ ଆଶା ପ୍ରାପ୍ତି.


ସତ୍ୟ ସାହସ ସଂଯମ,

ଦୟା କ୍ଷମା ସ୍ୱାଭିମାନ,

ଦୟାକୁ ପ୍ରାଣେ ପ୍ରାଣେ ଭର ମା'

ସୃଷ୍ଟି ରୂପା ବିଶ୍ଵରୂପା ସ୍ୱାହା!


ଈର୍ଷା ଦ୍ୱେଷ କ୍ରୋଧ ଖେଦ

ଦୂରେ ଯାଉ ପ୍ରତି ହୃଦ

ନ ରହୁ ପରଶ୍ରୀ କାତରତା 

ପ୍ରୀତି ମମତାର ଶୁଭୁ ରାହା.


ମହ ମହ ଗନ୍ଧ ବହ

ମୁକୁଳ ବାସ ସମ୍ମୋହ

ପୁଷ୍ପ ରାଗ ଭୃଙ୍ଗ ରାଗ ମୋହେ

ତୋ ବିଜୟ ପାଇଁ ଧରା ଶୋହେ.


ପୃଥ୍ବୀ ପୁଲକ ପ୍ରବଣ 

ହୋଇ ରହୁ ଚିରନ୍ତନ

ପୁଷ୍ପ ପ୍ରଫୁଲ୍ଲତା ଭରି ଦେହେ

ନିରବଧି ପ୍ରତି ପ୍ରାଣ ରହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract