STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ବୃଦ୍ଧ

ବୃଦ୍ଧ

1 min
185


ବୟସର ସାୟାହ୍ନ ରେ

ସ୍ମୃତି ବିସ୍ମୃତି ର ଦୋ ଛକିରେ

ନିରବତା ଆଖିଠାର ନିର୍ଜନରେ

ପାଦ ଦୁଇ ଅକ୍ଷମତା ପ୍ରକାଶ କରେ !!


ଥିରି ଥିରି ଦୁଇ ହାତ 

କଥା କହିବାକୁ ଓଠ ଥରେ

ପତ୍ର ଝଡ଼ା ଥୁଣ୍ଟା ଗଛ ପରେ

ଆଶାଶୂନ୍ୟ ବାର୍ଦ୍ଧକ୍ୟ ଜୀବନରେ !!


ଶାସନ ର ସତ୍ତା କ୍ଷୀଣ ପ୍ରାୟେ

ଅନ୍ତିମ ଯାତ୍ରା କୁ ଅପେକ୍ଷା କରେ

ଦେଖିଦେଲେ ଲୋଚା କୋଚା ଏ ଶରୀରେ

ଯୌବନ ର ଶତ ସିଂହ ବଳ ମନେ ଘାରେ !!


କୁନି କୁନି ପୌତ୍ର ପୌତ୍ରି ପରିବାରେ

ହସ ଖେଳ ଦେଖି କିଆଁ ଏ ମନ ଅସ୍ଥିର

ପ୍ରାଣ ରୁ କୋଟି କୋଟି ଆଶିଷ ବାହାରେ

ଜୀବନ ନାଟକ ଚାଲୁ ପିଢ଼ି ପରେ ପିଢ଼ିରେ !!



Rate this content
Log in

Similar oriya poem from Abstract