STORYMIRROR

Trushna Das

Inspirational

3  

Trushna Das

Inspirational

ବୃଦ୍ଧ ଅବସ୍ଥାରେ

ବୃଦ୍ଧ ଅବସ୍ଥାରେ

1 min
283

କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ଯାହା ଘଟିଛି ତୁମ ସହ ତାହା ତୁମ କର୍ମଫଳ ଯେ

ବାପା ମାଆ, ସ୍ତ୍ରୀ ପିଲା କାହାରି ମନର ବୁଝି ନାହଁ ତୁମେ କେବେ

ତୁମେ ଯେ ଗୋଟିଏ ସ୍ୱାର୍ଥପରଟିଏ।। 


କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ଦିନେ ତୁମେ ମାତି ଥିଲ ଟଙ୍କା ଲୋଭରେ 

ଅନେକ କରିଛ କୁକର୍ମ ତୁମେ ଯେ

ପାଇବତ ଫଳ ଏ ଜୀବନେ।। 


କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ନୂତନ ଯୌବନ ଲୋଭରେ

ରଖିଲ ଶାରୀରିକ ସମ୍ପର୍କ ଅନ୍ୟ ଝିଅଙ୍କ ସାଙ୍ଗରେ 

ସ୍ତ୍ରୀକୁ କାନ୍ଦିବାକୁ ଛାଡ଼ି ଏକୁଟିଆ ତୁମେ

ହେଉଥିଲ ଖୁସି ଅନ୍ୟ ଝିଅଙ୍କ ସହ ସମୟ ବିତାଇ ତୁମେ।। 


କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ଦିନେ ବାପା ମାଆଙ୍କ ପାଇଁ ନ ଥିଲା ସମୟ ତୁମ ପାଖେ

ଆଜି ନାହିଁ ସମୟ ତୁମ ପାଇଁ ତୁମ ସନ୍ତାନ ପାଖେ

ଶେଷରେ ରଖିଛନ୍ତି

ତୁମକୁ ବୃଦ୍ଧାଶ୍ରମରେ।। 


କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ତୁମ ସ୍ତ୍ରୀ ଏ ଦୁନିଆ ଛାଡିଲା ତୁମକୁ ଝୁରି ଝୁରି ଯେ

ତାର ଆଖି ଲୁହ ପଡିଛି ତୁମ ଉପରେ 

ଏକୁଟିଆ କାନ୍ଦି କାନ୍ଦି ଅତିବାହିତ କରିବ ତୁମ ଶେଷ ସମୟ,

ଏହା ହିଁ ହେଉଛି ତୁମର କର୍ମଫଳ ଯେ। 


କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ 

ପାଉଛ ଆଜି ନିଜ କର୍ମଫଳ ଯେ

ପ୍ରାୟଶ୍ଚିତ କରୁଛ ଆଜି ତୁମେ

ଏହା ହିଁ ତ ସତ୍ୟ ଯେ

ନିଜ କର୍ମଫଳ ମିଳି ଥାଏ ଏହି ଜୀବନେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational