STORYMIRROR

Kalandi pal

Inspirational

3  

Kalandi pal

Inspirational

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
365


ମହାମାୟୀ ମନସ୍ବିନୀ

        ନିରଞ୍ଜନୀ ନାରାୟଣୀ

ଦ୍ଵିତୀୟା ନିଶିରେ ପୂଜା

       ପାଅ ବ୍ରହ୍ମଚାରିଣୀ.l


ଚଣ୍ଡୀକା କାଳିକା ନୁହେଁ 

       ନୁହେଁ ରୂପ ଭଇରବୀ

ଶାନ୍ତ, ସୌମ୍ୟ କାନ୍ତି ରୂପେ

        ଗୁରୁଶ୍ରମେ ଶିଷ୍ୟା ଭାବି.

ଆଶ୍ରମେ ବ୍ରାହ୍ମଚାରିଣୀ

        ଗେରୁଆ ବସ୍ତ୍ର ଧାରିଣୀ.

ହସ୍ତରେ ରୁଦ୍ରାକ୍ଷ, ଗଡୁ

        ସାଜିଛ ବେଶ ଯୋଗିନୀ. l


ଶିବଙ୍କୁ ଲଭିବା ପାଇଁ

       କଠୋର ତପସ୍ୟା ଧ୍ୟାୟୀ.

ଯୋଗାଧ୍ୟାନେ ଦିନ ବିତେ

       କେତେ କଷ୍ଟେ ମହାମାୟୀ.

ଦୁର୍ଲଭ ରୂପେ ଭବାନୀ

        ପ୍ରତି ଶକ୍ତି ପିଠେ ପୁଣି.

ପୂଜା ପାଉ ଦ୍ଵିତୀୟାରେ

        ରୂପେ ମା ବ୍ରହ୍ମଚାରିଣୀ. l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational