STORYMIRROR

Jayashree Maharana

Abstract

3  

Jayashree Maharana

Abstract

ବୋଉ

ବୋଉ

1 min
11.5K

ଗରଭେ ସାଇତି କଷ୍ଟ ସହି ନିତି

ଦଶମାସ ଦଶ ଦିନ

ଦୁନିଆ ଆଲୋକ ଦେଖାଇଲୁ ବୋଉ

ଏ ଜୀବନ ତୋର ଦାନ ।


ରକତ ଧାରରେ ପ୍ରତି କଣିକାରେ

ଭରା ତୋ'ର ବକ୍ଷ ଦାନ

ମୋ'ସାରା ଦେହରେ ଆଙ୍କିଅଛୁ ବୋଉ

ତୋ' ସ୍ନେହ ମମତା ଚିହ୍ନ ।


ଅଙ୍ଗୁଳିକୁ ଧରି ହୋଇ ପଥଚାରୀ

ଶିଖାଇଛୁ ବୁଦ୍ଧିଜ୍ଞାନ

ଜୀବନ ଯାତ୍ରାରେ ଭରିଅଛୁ ବୋଉ

ଦୁରୁମୂଲ୍ୟ ସ୍ୱାଭିମାନ ।


ନୀତି ଓ ସଂସ୍କାର ବିବେକ ବିଚାର

ସମାଜରେ ବଡ଼ ଧନ

ଆଶିଷ ଝରାଇ ଲେଖିଅଛୁ ବୋଉ

ମୋ'ଜୀବନେ ସନମାନ ।


ପ୍ରକୃତି ବକ୍ଷରେ ସ୍ରଷ୍ଟା ତୁ ବିଚାରେ

ସେବା ତୋ'ର ଅକଳନ

ମାନବୀ ରୂପରେ ଈଶ୍ୱରୀ ତୁ ବୋଉ

କରୁଅଛି ମୁଁ ନମନ ।


Rate this content
Log in

Similar oriya poem from Abstract