Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ବୋଉ

ବୋଉ

1 min
11.7K


ମା', ସ୍ନେହମୟୀ, ପ୍ରେମମୟୀ,ସେ କରୁଣାମୟୀ

ଜନ୍ମଦାତ୍ରୀ,ଜଗଦ୍ଧାତ୍ରୀ,ସେ ଆନନ୍ଦ ପ୍ରଦାୟୀ

ବାତ୍ସଲ୍ୟ ମମତା ମୟୀ,ମା,ମହାମୟୀ

ଜନନୀ ସେ ଜନ୍ମଭୂମି ସେତ କୃପାମୟୀ  ।।


ଆଜି ବିଶ୍ଵ ମାତୃଦିବସରେ ତୋ ବନ୍ଦନା ଗାଏ

ଜନମ ଦାୟିନୀ ମାତା ତୋ ପରି ବା କିଏ,

ତୋପଦେ ପ୍ରଣତି ଢାଳେ ଦିଅ ବୁଦ୍ଧି,ଜ୍ଞାନ

ତୋପଦ ସେବାରେ ନିତ୍ୟ ରତ ଥାଉ ମନ

ଏହି ବର ଦିଅ ମାତେ କରୁଛି ବନ୍ଦନ  ।।


କେତେ ଅଳି ଅରଦଳି କେତେ ଯେ ଯନ୍ତ୍ରଣା

ସହିଛୁ ମୋହର ତାର ନାହିଁ ତ କଳନା ।।

ବୁକୁରୁ ନିଗାଡି ରକ୍ତ ମୋ ପେଟ ଭରିଛୁ

ସଂସାର ରେ ଚାଲିବାର ବାଟ ଦେଖାଇଛୁ ।।


ବିନିଦ୍ର ରଜନୀ ତୋ ମୋ ରୋଗ ଶଯ୍ୟାଧାରେ

ଭିଜାଇଛୁ ପଣତ କାନୀକୁ ତୋ ତତଲା ଲୁହରେ ।।

ମୋ ବୋଉ ପଣତ କାନୀ ନୀଳଗିରି ନେତୁ ବଳି 

ଶରଧାବାଲି ରୁ ବଳି ତା ପବିତ୍ର ପଦଧୂଳି ।।


ତା କୋଳ,ଅଞ୍ଚଳ ମୋର ଅଟେ ସ୍ଵର୍ଗ ଧାମ

ଧନ୍ୟ ମଣେ ତା କୋଳେ ମୋ ହୋଇଛି ଜନମ ।।

ଆଜି ପବିତ୍ର ବାସରେ ତୋ ପଦ ବନ୍ଦନା

ଭକ୍ତି ଭରେ କରେ ମାତେ କରବାରେ ଘେନା ।। 


Rate this content
Log in