STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ବୋଉ

ବୋଉ

1 min
11.7K

କେଉଁ ଶବ୍ଦରେ ତୋତେ 

ବାନ୍ଧିପାରିବି ବୋଉ

ସବୁଶବ୍ଦର ଉର୍ଦ୍ଧରେ ତୁ ତ ଶବ୍ଦବ୍ରହ୍ମ ।

ତୋ ମମତାପଣକୁ ଦରିଆ ନିଅଣ୍ଟ

ତୋ ସ୍ନେହ, ସୁହାଗକୁ ବଳିଯିବ ସ୍ବର୍ଗପୁର ।


ତୋ ହାତ ପରଶା ବୋଉ 

ଅମୃତ ଠୁ ମିଠା

ତା ଠାରୁ ମିଠା ମିଠା ଲାଗେ 

ତୋ ଗାଳି

ରାଗି ଥରେ ତୁ ଚାହିଁଦେଲେ ବୋଉ 

ହୃଦୟ ଯାଏ ତରଳି ।


ଆସୁଯେତେ ଝଡ ଝଞ୍ଜା ଜୀବନରେ ମୋର

ତୁ ପାଶେଥିଲେ ବୋଉ ଭୟ ନଥାଏ କାହାର ।


ସଳିତାର ସମ ନିଜେ ତିଳତିଳ ଜଳି

ଆମକୁ ଆଲୋକର ପଥ ଦେଖାଉଥିବା ତୁ ଗୋଟେ ଜ୍ୟୋଚି ,

ସତ୍ୟ ଧର୍ମ ନ୍ୟାୟର ପରଖ କରାଉଥିବା ତୁ ଗୋଟେ ଧର୍ମନିକିତି ,

ସୁସଂସ୍କାର ଶିଖାଇଥିବା ତୁ ଜଣେ ସଂସ୍କାରକାରିଣୀ ।

ଭାଙ୍ଗି ଯାଉଥିବା ଘରକୁ ଗଢିପାରୁଥିବା ତୁ ଜଣେ ପକ୍କା ସୁଗୃହିଣୀ ।


ତୁ କେବଳ ନାରୀଟିଏ ନୋହୁଁ  

ମୋ ବୋଉଟିଏ ନୋହୁଁ

ତୁ ସ୍ବଂୟ ଦେବୀଟିଏ ବୋଉ

ତୋ' ପାଦରେ କୋଟି କୋଟି ପ୍ରଣାମ ।


Rate this content
Log in

Similar oriya poem from Inspirational