STORYMIRROR

Debabrata Mishra

Abstract

2  

Debabrata Mishra

Abstract

*ବୋଉ କଥା*

*ବୋଉ କଥା*

1 min
2.9K

ବୋଉ......

ବୋଉ ନେଇ ତୁ କଷଣ, ବେଦନା, ଯନ୍ତ୍ରଣା, ବ୍ୟଥା ଓ ଲୁହ

ଜନ୍ମଦେଇ ଦେଲୁ ମୋତେ ସୁଖର ସୂର୍ଯ୍ୟ ସକାଳ,

ସହିଛୁ କେତେ ଅପମାନ, ଗଞ୍ଜଣା, ଟାହିଟାପରା ଓ ପରିହାସ

ନିର୍ମାଣ କରି ମୋତେ ଦେଇଛୁ ଦୁନିଆ ଦେଖିବାର ସୁଯୋଗ,

ହଜମ କରିଛୁ ରାଗ, ବିରକ୍ତିର ଭାବ, ଗାଳି ବି ଅନେକ

ବଢାଇଛୁ ମୋତେ ଶକ୍ତିଶାଳୀ କରି ବକ୍ଷରୁ ପିୟୁଷ ଝରାଇ,

ସହିଛୁ କେତେ ଅଳି-ଅର୍ଦ୍ଦଳୀ, ଗୋପନରେ ଗଡାଇଛୁ ଲୁହ

ହସାଇଛୁ ମୋତେ କାଖେଇ କୋଳେଇ, ଗୀତ ଶୁଣେଇ,


ବୋଉ........

ଉଜାଗରେ କଟାଇଛୁ ଅସଂଖ୍ଯ ରାତି ମୋ' ନିଦ ନିମନ୍ତେ

ଲୁଚାଇଛୁ ତୋର ଅସୁସ୍ଥ ଅବସ୍ଥା କି ମୋର ସୁସ୍ଥ ହେଉ ଜୀବନ,

ଆଶା, ଆକାଂକ୍ଷା, ଛୋଟଛୋଟ ଇଚ୍ଛାକୁ ଦେଇଛୁ ଜଳାଞ୍ଜଳି

କାରଣ କେବଳ ମୋ' ସ୍ୱପ୍ନ ହେବ ସତ ଓ ଭବିଷ୍ଯତ ସୁରକ୍ଷିତ,

ନିରାଶରେ ତୁ ଥାଇ ଦେଖାଇଛୁ ଆଶାର କିରଣ ସାନ୍ତ୍ବନା ଦେଇ

ହତାଶର ରଙ୍ଗ ଦେଖିନି ତୋର ମୁଖେ ବୋଧହୁଏ ମୋ' ହସ ପାଇଁ,

ମନର କୋହକୁ ଲୁଚାଇ ପୋଛିଛୁ ମୋର ଆଖିର ଲୁହଧାର

ଅସମ୍ଭବକୁ ସମ୍ଭବ ର ଏକମାତ୍ର ମଣିଷ ତୁ ତୋର ପାଇଁ ଜୀବନ,

ଅତୁଳନୀୟ ତୋର ତ୍ୟାଗ ଓ ପ୍ରେମ ର ନିଦର୍ଶନ ଏ ସମାଜେ

ମୋର ସୁଖ ଆକାଶ କୁ ରଙ୍ଗେ ସଜାଇଲୁ ତୁ ସେହି କଳାକାର।



এই বিষয়বস্তু রেট
প্রবেশ করুন

Similar oriya poem from Abstract